କଟାଯାଉଥିବା ଗଛ ପଡ଼ି ପ୍ରଶାନ୍ତଙ୍କ ମୃତ୍ୟୁ

Spread the love

ଯାଜପୁର ସଦର, ୨୯ା୦୯: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୪୩) ପଡ଼ି ଚିକିତ୍ସିତ ହେଉଥିବା ବେଳେ, ପଶାନ୍ତଙ୍କର ମୃତ୍ୟୁ ଘଟିଥିଲା । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ପାଇ ବରୀ ବିଧାୟୀକା ସୁନନ୍ଦା ଦାସ ତାଙ୍କ ବାସ ଭବନରେ ପହଁଞ୍ôଚ ତାଙ୍କ ପରିବାକୁ ସାନ୍ତ୍ୟୋନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗଛ କଟା ଯାଉଥିବା ସମୟେ ଗଛ ପାଖକୁ ଆସିବାରୁ ପ୍ରଶାନ୍ତଙ୍କ ଉପରେ ଗଛ ପଡ଼ିବାରୁ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ । ପ୍ରଶାନ୍ତକୁ ଅଶ୍ୱିନୀ ମେଡିକାଲ କଟକୁ ନିଆଯାଇଥିଲା । ଚିକିତ୍ସା ହେଉଥିବା ସମୟରେ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିଲା । ବିଧାୟୀକା ଶ୍ରୀମତୀ ଦାସ ପ୍ରଶାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା ବେଳେ, ପ୍ରଶାନ୍ତର ୧୨ ବର୍ଷ ଏବଂ ୪ ବର୍ଷର ୨ଟି ଝୀଅ ଅଛନ୍ତି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଦେବାଲଗି ଗ୍ରାମବାସୀମାନେ ଦାବି କରିଛନ୍ତି ।

Related Posts

About The Author

Add Comment