ଯାଜପୁର, ୦୪/୦୭ (ସନ୍ଧାନ ନିଉଜ) କଷ୍ଟ କଲେ କୃଷ୍ଣ ମିଳେ ନ୍ୟାୟରେ ଶିକ୍ଷା କ୍ଷେତ୍ରରେ ସଫଳତାରସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଚାନ୍ଦୁଲି,୪୨ ମୌଜ଼ା, କଟକ ଅଞ୍ଚଳର ଦୁଇ ଭଉଣୀ ରେଭେନ୍ସା ମହାବିଦ୍ୟାଳୟର ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ରୀ ପାୟଲ ପ୍ରିୟଦର୍ଶିନୀ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,କଳପଡାର ୫ମ ଶ୍ରେଣୀ ଛାତ୍ରୀ ପୁନମ ପ୍ରିୟଦର୍ଶିନୀ ! ବଡ ଭଉଣୀ ପାୟଲ ଓଡ଼ିଶା ପ୍ରଶାସନିକ ସେଵାର ପ୍ରାରମ୍ଭିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ଦ୍ୱିତୀୟ ସୋପାନ ପାଇଁ ମନୋନୀତ ହେଇଥିବାବେଳେ,ସାନ ଭଉଣୀ ପୁନମ ନବୋଦୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଜବାହାର ନବୋଦୟ ବିଦ୍ୟାଳୟ, ମୁଣ୍ଡଳୀ,କଟକ ଠାରେ ନିଜର ଆଗାମୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି ! ଏହି ଦୁଇ ଜଣଙ୍କର ଦୃଢ଼ମନୋବଳ,ଶିକ୍ଷାପ୍ରତି ଆଗ୍ରହ,କଠିନ ପରିଶ୍ରମର ସଫଳରୁପାୟନ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାରଉତ୍ସ ! ଏହି ଦୁଇ କୃତୀ ଛାତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନ ଯଥା “ମୁହାଁଣ ସାହିତ୍ୟ ସଂସଦ”,ମୁମ୍ବାଇ,”ଉତ୍କଳ ୟୁଥ ଟ୍ରଷ୍ଟ”,ବାଙ୍ଗାଲୋର,”ସରସ୍ୱତୀ କଳା ପରିଷଦ”,କଟକ,”ଉତ୍କଳ ବିକାଶ ପରିଷଦ”,କଟକ ଆଦି ସାଧୁବାଦ ଜଣାଇବା ସହ ସାଧରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! ପିତା ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ମାତା ସୁଗୃହିଣୀ ସୁମିତ୍ରା ଦାସଙ୍କ କହିବାନୁସାରେ ପିଲାମାନଙ୍କର ଏହି ସଫଳତା ହେଉଛି ଗୁରୁଜନ ମାନଙ୍କର ଆଶୀର୍ବାଦ, ସେମାନଙ୍କର କଠିନ ପରିଶ୍ରମର ଫଳ !
କଟକ ସଦର ବ୍ଲକରେ ମହକିଲେ ଦୁଇ ଭଉଣୀ ପାୟଲ ଓ ପୁନମ : ଶିକ୍ଷା କ୍ଷେତ୍ରରେ ଆଣିଲେ ମହାସଫଳତା !
|
July 4, 2020 |



