କଂଟିଗଡିଆ ଗ୍ରାମର ଯୁବ ବ୍ୟବସାୟୀଙ୍କ ଏକାଦଶାହ ସଭା

Spread the love
  • 16
    Shares

ଧର୍ମଶାଳା,୨୪/୫(ସନ୍ଧାନ ନିୟୁଜ/ଦିପକ ମଲ୍ଲିକ) ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ଗ୍ରାମର ଯୁବ ବ୍ୟବସାୟୀ ରଂଜନ କୁମାର ଜେନାଙ୍କ ଏକାଦଶାହ ତିଥିରେ ସ୍ମୃତି·ରଣ ସଭା କଣ୍ଟିଗଡିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବିଜୟ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱୃତି·ରଣ ସଭାରେ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ରାଜ୍ୟ ସରକାରଙ୍କ ମୁଖପାତ୍ର ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ପୂର୍ବତନ ବିଧାୟକ ରବିଲାବଣ୍ୟ,ଧର୍ମଶାଳା ବିଜେପି ନେତା ରମେଶଚନ୍ଦ୍ର ପରିଡା,ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ରଂଜନଙ୍କ ସ୍ମୃତି ଉଦେଶ୍ୟରେ ‘ସ୍ମୃତିରେ,ସ୍ମୃତିରେ ରଂଜନ’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ବେହୁରା,କାହ୍ନୁଚରଣ ଦାସ,ସ୍ତମ୍ଭକାର ପ୍ରୀୟନାଥ ମହାପାତ୍ର,ସାମ୍ବାଦିକ ବିମଳ ପତି,ସୁଶାନ୍ତ ନାୟକ,ଶିଶୁ ସାହିତ୍ୟକ ଅଭିମନୁ୍ୟ ଧଳ,ଆଇନଜୀବୀ ଉଦୟନାଥ ସାହୁ,ଯୁବନେତା ଅମିୟ ପରିଡା,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ଜେନା,ସଂଜୟ ସ୍ୱାଇଁ,ଜଚିନ୍ଦ୍ର ନାୟକ,ନିରଂଜନ ସେନାପତି,ବଟ ମହାରଣା,ବିବେକ କୁମାର ଗନ୍ତାୟତ,ଚଣ୍ଡିଖୋଲ ଟ୍ରକ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ରାଉତ,ସଂପାଦକ ପୁଷ୍ପରାଜ ନାୟକ,ପ୍ରଫୁଲ୍ଲ ବେହେରା,ହିମାଂଶୁ ମହାପାତ୍ର,ସମିତିସଭ୍ୟା ନମିତା ବେହେରା,କଂଟିଗଡିଆ ସେବା ସମବାୟ ସମିତି ସଭାପତି ସୁଜିତ କୁମାର ସାହୁ, ଉତମ କୁମାର ଦାସ,ପ୍ରାକ୍ତନ ସରପଂଚ ସଂଜୀବ କୁମାର ଜେନା,ଅଧ୍ୟାପକ ବିଜୟ କେତକ ସାମଲ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସ୍ମୃତି·ରଣ କରିଥିଲେ । ସାନଭାଇ ଅବିନାଶ ଜେନା ଅତିଥି ପରିଚୟ କରିଥିବା ବେଳେ କନ୍ୟା ସୋନାଲି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

  • 16
    Shares

Related Posts

About The Author

Add Comment