ଓଡ଼ିଶା ଆକସ୍ମିକ ପାଣ୍ଠି ୨ ହଜାର କୋଟିକୁ ବୃଦ୍ଧି
ଭୁବନେଶ୍ୱର, ୧୦/୦୪ (ସନ୍ଧାନ ନିୟୁଜ) ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ୧୪୦୦କୋଟିରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ପାଣ୍ଠିରୁ ଅର୍ଥ ଆଣି କରୋନା ମୁକାବିଲାରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ଆକ୍ଟ-୧୯୬୭କୁ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରିଥିବା ଜଣାପଡ଼ିଛି। ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ୨୦୧୮ ଡିସେମ୍ବର ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ମାଧ୍ୟମରେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ୪୦୦କୋଟି ଟଙ୍କାରୁ ୧୪୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
Related Posts
About The Author