ଭୁବନେଶ୍ୱର, ୨୩/୦୧/୨୦ (ସନ୍ଧାନ ନିଉଜ) : ଆସନ୍ତା ୬ମାସ ମଧ୍ୟରେ ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଓ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ଓ ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ କରିବା ପାଇଁ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।
ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ଚାଲିବ ବିମାନ
|
January 23, 2020 |