ଓଡ଼ିଆ ଭାଷାର ଆବେଗ କମୁଛି: ବୀରମିତ୍ରପୁର ବିଧାୟକ ସୃଜନୀ ସାହିତ୍ୟ ସଂସଦପାଳିଲା ୩୨ତମ ବାର୍ଷକୋତ୍ସବ

Spread the love

ରାଉରକେଲା  ୧୦/୧୧ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଆଜି ଫର୍ଟିଲାଇଜର ସ୍ଥିତ କମ୍ୟୁନିଟି ସେଂଟର ଠାରେ ଅଂଚଳର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦର ୩୨ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଯୋଗ ଦେଇ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଓଡ଼ିଆ ଭାଷାର ଆବେଗ କମୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆରଏସପି ସହରସେବା ବିଭାଗର ଅଧିକାରୀ ଅଜୟ ନାୟକ, ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ପ୍ରଶାସକ କୃତିବାସ ନାୟକ, ଡା. ରାହାସ ବିହାରୀ ମହାପାତ୍ର ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ କବି ତଥା ରାଜନେତା ଶଙ୍କର୍ଷଣ ପରିଡ଼ା ଦେଇଥିଲେ । ଏହି ଅବସରରେ ଅଜୟ ନାୟକ କହିଲେଯେ, ସାରନଗରୀରେ ଥିବା ସମସ୍ତ ସାହିତ୍ୟାନୁଷ୍ଠାନ ଗୁଡ଼ିକୁ ଆରଏସପି ପକ୍ଷରୁ ସାହାଯ୍ୟ ସହଯୋଗଯଥା ସମ୍ଭବ ଜାରି ରହିବ । ସେହିପରି କବି ଶଙ୍କର ପରିଡ଼ା କହିଲେ ଯେ, ପ୍ରାଚୀନ କାଳର ସାହିତ୍ୟର ଅବକ୍ଷୟ ହେଉଛି, ତଥାପି ଓଡ଼ିଆ ସାହିତ୍ୟରେ ମାନବବାଦର ସ୍ୱର ଜାତିସଂଘର କାନ୍ଥରେ ଲିପିବଦ୍ଧ ହୋଇ ରହିଛି । ଗାଁରେ ଏବେବି ମା’ର ମୁହଁରୁ ଭାସି ଆସୁଛି ସାହିତ୍ୟର ସ୍ୱର । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଭାନେତ୍ରୀ ଜ୍ୟୋସ୍ନାରାଣୀ ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ମଂଚ ପରିଚାଳନା କରିଥିଲେ । କଳିକା ଡ୍ୟାନ୍ସ ଏକାଡେମୀର କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ୟ୍ୟକ୍ରମ ଶେଷରେ ଶିକ୍ଷକ ଲକ୍ଷ୍ମୀଧର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ଡ୍ରିମ ଟିମ, ଗାୟତ୍ରୀ ପରିବାରର ସଦସ୍ୟ, ବିଜୟ ମହାନ୍ତି, ଗୋପୀ ଦାଶ, ରାଜୀବ ପାଣି, ସଂଜୟ ପଣ୍ଡାଙ୍କ ସମେତ ଅନ୍ୟମାନେ ସହଯୋଗକରିଥିଲେ ।

Related Posts

About The Author

Add Comment