ଓଡିଶା ର ଗର୍ବ ଓ ଗୌରବ, କଣ୍ଠଶିଳ୍ପୀ ଶିଧିଷ୍ଣା ବିନ୍ଧାଣି

Spread the love

ଶିଧିଶ୍ନା ବିନ୍ଧାଣି, ବୟସ ପନ୍ଦର ବର୍ଷ, ପିତା ଙ୍କ ନାମ ଦେବେନ୍ଦ୍ରନାଥ ବିନ୍ଧାଣି, ମାତା ଙ୍କ ନାମ ଶୁପ୍ତା ବିନ୍ଧାଣି।ବର୍ତ୍ତମାନ ନୟା ପଲ୍ଲୀ ରେ ରହୁଛନ୍ତି। ସିଧିଷ୍ଣା ପିଲା ଦିନରୁ ସଙ୍ଗୀତ ଗାନ କରି ଵାକୁ ଭଲ ପାଆନ୍ତି। ବୟସ ବଢିବା ସଙ୍ଗେ ସଙ୍ଗେ ତାଙ୍କର ସଙ୍ଗୀତ ପ୍ରତି ରୁଚି ବଢ଼ିବାରେ ଲାଗିଥିଲା। ତେଣୁ ତାଙ୍କ ବାପା ମା ଶିଦ୍ଧିଷ୍ଣା କୁ ଭୁବନେଶ୍ୱର ର ୟୁନିଟ୍ ନ ଲଳିତ କଳା ଏକାଡେମୀ ରେ ଏଡମିସନ୍ କରାଇ ଦେଇ ଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସିଧିଶ୍ନା ର କଣ୍ଠ ସ୍ଵର ସମସ୍ତ କୁ ଚକିତ କରି ଦେଇ ଥିଲା। ବାପା ମା ଙ୍କ ଆଶିଷ କୁ ପାଥେୟ କରି ସେ ଆଗକୁ ଆଗେଇ ଯାଇ ଥିଲେ। ପୁରୀ,ସାଲେପୁର,କଟକ,ଖୋର୍ଦ୍ଧା, ନୟାଗଡ ଭଳି ଅନେକ ସ୍ଥାନ ରେ ସଙ୍ଗୀତ ପରିବେଷଣ କରି ପୁରସ୍କୃତ ହୋଇଥିଲେ।ଯେତେବେଳେ ସେ ନବମ ଶ୍ରେଣୀ ରେ ପଢ଼ୁ ଥିଲେ ସିଦ୍ଧାର୍ଥ ଟି ଭି ର ପ୍ରାୟୋଜିତ ପ୍ରତିଯୋଗିତା ମୁଁ ବି ନମିତା ଅଗ୍ରୱାଲ ହେବି ରେ ଭାଗ ନେଇ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଥିଲେ। ତାଙ୍କ ସଙ୍ଗୀତ ପରିବେଷଣ ରେ ଖୁସି ହୋଇ ନମିତା ଅଗ୍ରୱାଲ ତାଙ୍କୁ ଦୁଇ ବର୍ଷିଆ ଚୁକ୍ତି କରି ସିଦ୍ଧାର୍ଥ ଟିଭି ଚ୍ୟାନେଲ ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ବର୍ତ୍ତମାନ ସେ ଓଡିଶା ର ଜଣେ ଆଗ ଧାଡି ର କଳାକାର। ସମସ୍ତ ଓଡିଶା ବାସୀ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ଯେପରି ସେ ଓଡିଶା ର କୋଣ ଅନୁକୋଣ ରେ ତାର ପରିଚୟ ସୃଷ୍ଟିକରି ପାରିବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment