ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ”ପାଳିତ

Spread the love

ବାଲିଗୁଡ଼ା,୦୬/୪/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର  ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ” ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ  ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ସମସ୍ତ ଅତିଥି ଙ୍କୁ ଚନ୍ଦନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶିକ୍ଷକ ଚିନ୍ତମଣି ରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସଭା କୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଜୀତେନ୍ଦ୍ର କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ସୁବିଧା ଓ ଅସୁବିଧା ସମ୍ପର୍କ ରେ ଆଲୋକ ପାତ କରିଥିଲେ।ଏହି ଉତ୍ସବ ରେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଦ୍ୟାଳୟ ର ଉପାଧ୍ୟକ୍ଷ ଶଶାଙ୍କ ଶେଖର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଇଂରାଜୀ ଢାଞ୍ଚା ରେ ପିଲାଙ୍କ ପାଇଁ ଗଠିତ ହୋଇଥିବା ଆଦର୍ଶ ବିଦ୍ୟାଳୟ ର ଲକ୍ଷ୍ୟ ସଂପର୍କ ରେ କହିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏ ଭଳି ଏକ କାରଖାନା ହେବା ଆବଶ୍ୟକ ଯାହା ସମାଜରେ ଗୋଟିଏ ଗୋଟିଏ ପ୍ରତିଭାବାନ ଛାତ୍ର ଛାତ୍ରୀ ଗଠନ ସହ ଆଦର୍ଶ ବ୍ୟକ୍ତି ଗଢିତୋଳିବା ରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ମୁଖ୍ୟବକ୍ତା ଭାବେ ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ବେହେରା, ଜଗନ୍ନାଥପ୍ରାସାଦ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦଣ୍ଡପାଣି ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ପୂର୍ବ ଅନୁଭୂତି ବର୍ଣ୍ଣନା କରିବା  ସହ ଅଭିଭାବକ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏକ ସୁନ୍ଦର ଅନୁଷ୍ଠାନ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପୂର୍ବତନ ଶିକ୍ଷକ ମାନଙ୍କୁ ମଧ୍ଯ ଶିକ୍ଷକ ଶୁଭମ ମୋହନ ଶ୍ରୀଚନ୍ଦନ ନାୟକ ସଭା ମଞ୍ଚ କୁ ଡାକିଥିବା ବେଳେ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ସଦସ୍ୟ ଗୋପବନ୍ଧୁ ତ୍ରିପାଠୀ ଉପଢୌକନ ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରିଥିଲେ l ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସଚେତନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ମାନ ଆୟୋଜିତ ହୋଇଥିଲା। ଏଥିରେ ଚିନ୍ତାମଣି ରଣା, ଜିତେନ୍ଦ୍ର କୁମାର ସାହୁ, ନିର୍ମଳ ବାରିକ, ଲିପ୍ସା ନାୟକ, ନିହାରିକା ଦାସ, ସୁମିତା କହଁର, ଯାଜ୍ଞସିନି ଭୋଇ, ଅମର ନାଥ ବେହେରା, ମଦନା ବତୀ କହଁର, ଯୌତି ବେହେରା, ଆଦିତ୍ୟ ପ୍ରସାଦ ମହାଭୋଇ, ସୁଭସ୍ମିତା ପ୍ରିୟ ଦର୍ଶନୀ, ଶ୍ରୀଚନ୍ଦନ ନାୟକ, ବାଣୀ ଭୂଷଣ ବେହେରା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Related Posts

About The Author

Add Comment