ଭୁବନେଶ୍ୱର, (ସନ୍ଧାନ ନିଉଜ) : ରାଜ୍ୟ ସରକାର କୃଷି ବଜେଟ ତଥା କାଳିଆ ଯୋଜନା ଅନ୍ତର୍ଗତ ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରାୟ, ୯,୦୦୦ କୋଟି ନଗଦ ସହାୟତା ସତ୍ତ୍ୱେ ଓଡିଶାର କୃଷକମାନେ ଦେଶର ସବୁଠାରୁ ଗରିବ ହୋଇ ରହିଛନ୍ତି ବୋଲି କେନ୍ଦ୍ର ଦ୍ୱାରା କରାଯାଇଥିବା ଦୁଇଟି ସର୍ବେକ୍ଷଣରୁ ଜଣାପଡିଛି।
ଜାତୀୟ ନମୁନା ସର୍ଭେ ସଂଗଠନ (ଏନଏସଏସଓ) ଦ୍ୱାରା ଜାନୁଆରୀରୁ ଡିସେମ୍ବର ୨୦୧୯ ମଧ୍ୟରେ ଚାଲିଥିବା ଅଲ-ଇଣ୍ଡିଆ ଋଣ ଏବଂ ବିନିଯୋଗ ସର୍ଭେ, ୨୦୧୯ ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ କୃଷକ ପ୍ରତି ପରିବାର ସମ୍ପତ୍ତିର ହାରାହାରି ମୂଲ୍ୟ ୬.୨୧ ଲକ୍ଷ ଥିଲା । ୨୦୧୩ ରେ ଶେଷ ଏନଏସଏସଓ ସର୍ଭେ ଅନୁଯାୟୀ, ଓଡିଶାର ପ୍ରତ୍ୟେକ କୃଷକ ପ୍ରତି ପରିବାରର ସମ୍ପତ୍ତି ୫.୭୧ ଲକ୍ଷ ଥିଲା ।
ସର୍ବଶେଷ ଏନଏସଏସଓ ସର୍ଭେ ଅନୁଯାୟୀ, ଗ୍ରାମୀଣ ଓଡିଶାର ସମ୍ପତ୍ତିର ହାରାହାରି ମୂଲ୍ୟ ୫.୩୨ ଲକ୍ଷ ଥିବାବେଳେ ସହରାଞ୍ଚଳ ଓଡିଶାରେ ଏହା ୧୩.୪୧ ଲକ୍ଷ ଅଛି । ଏହା ଦର୍ଶାଇଲା ଯେ ଓଡିଶାର ଗ୍ରାମୀଣ କୃଷକ ପରିବାର ଦେଶର ସବୁଠାରୁ ଗରିବ। ଆସାମର ଗ୍ରାମାଞ୍ଚଳର ଲୋକଙ୍କ ହାରାହାରୀ ସମ୍ପତୀ ମୁଲ୍ୟ ୭ ଲକ୍ଷ ଥିବାବେଳେ ଝାଡଖଣ୍ଡରେ ଗ୍ରାମାଞ୍ଚଳର ୮.୬ ଲକ୍ଷ ଥିଲା । ଛତିଶଗଡରେ ଏହା ୮.୯ ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୭.୮୯ ଲକ୍ଷ ଥିଲା।