ବାଲେଶ୍ୱର ୨/୪/୨୬ (ସନ୍ଧାନ ନ୍ୟୁଜ ) ବାଲେଶ୍ୱର ଜିଲ୍ଲା ର ଭୋଗରାଇ ବ୍ଲକର ଅନିମେଳ ଗୋଟିଏ ଛୋଟ ପଞ୍ଚାୟତ। ଏହି ପଞ୍ଚାୟତ ରେ ସଂଖାମେଦ ଗୋଟିଏ ଗାଁ। ଏହି ଗ୍ରାମ ରେ ପ୍ରାୟ ପାଞ୍ଚ ଶହ ଓଡିଆ ବସବାସ କରନ୍ତି। ବଡ ଦୁଃଖର ବିଷୟ ଏପର୍ଯ୍ୟନ୍ତ ଏମାନେ ନିଜକୁ ଓଡ଼ିଶାବାସୀ କହି ପାରୁ ନାହାଁନ୍ତି। ଏହି ଗାଁ କୁ ପଶ୍ଚିମବଙ୍ଗ କହୁଛି ମୋର, ଓଡିଶା କହୁଛି ମୋର। ଏହି ଗାଁ ର ବସବାସ କରୁଥିବା ଲୋକଙ୍କର ଦୁଇଟି ଭୋଟର ପରିଚୟ ପତ୍ର। ଗୋଟିଏ ପଶ୍ଚିମବଙ୍ଗ ସରକାର ଦେଇଛନ୍ତି, ଅନ୍ୟ ଟି ଓଡିଶା ସରକାର ଦେଇଛନ୍ତି। ଏହି ଗାଁ ର ଲୋକ ମାନେ ସବୁ ସରକାରୀ ସୁବିଧା ରୁ ବଞ୍ଚିତ। ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଶନ କାର୍ଡ, ବ୍ୟାଙ୍କ ଋଣ ଆଦି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଏହି ଗାଁ ର ଅଧିବାସୀ। ଏମାନେ ସବୁ ଓଡିଆ। ଆମ ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ତାଙ୍କୁ ପଚାରିବାରୁ ସେମାନଙ୍କ ଆଖିରୁ ଲୁହ ଆସିଯାଇ ଥିଲା। ଆଖିରେ ଲୁହ, ହୃଦୟରେ କୋହ ଭରି ସେମାନେ ତାଙ୍କ ମନ କଥା ଆମ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ନାୟକ ଙ୍କ ସମ୍ମୁଖ ରେ ପ୍ରକାଶ କରି ଥିଲେ। ସଂଖାମେଦ ଗାଁ ର ଅଧିବାସୀ ସୁବାସ ଦାସ ଓ ମାଳତୀ ଦାସ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଆମେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ ସରକାର ଙ୍କୁ କହି କହି ଥକି ପଡିଲୁଣି ହେଲେ ଆମ କଥା କେହି ଶୁଣୁ ନାହାନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏମାନଙ୍କ ଅଧିକାର ଏମାନଙ୍କୁ ମିଳୁ ନାହିଁ। ତେଣୁ ସମାନେ ଭାରତ ସରକାରଙ୍କ ପାଖରେ ଦାବି କରିଛନ୍ତି ତୁରନ୍ତ ଆମକୁ ନ୍ୟାୟ ମିଳୁ, ଆମେ ପଶ୍ଚିମବଙ୍ଗ ର ନା ଓଡିଶା ର ତାହା ସ୍ଥିର କରି ଆମେ କେଉଁ ରାଜ୍ୟ ର ତାହା ଆମେ ଜାଣିଲେ ଆମ ଦୁଃଖ ଯିବ ବୋଲି ସେମାନେ ଚାତକ ପରି ଚାହିଁ ବସିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୂଜ୍ ସନ୍ଧାନ।
ଓଡ଼ିଆ ପାଳୁ ଛନ୍ତି ଉତ୍କଳ ଦିବସ, ଓଡିଆ ନିଜକୁ ଓଡିଆ କହିବାକୁ ଡର ଲାଗୁଛି।
|
April 2, 2026 |



