ଏ-୧ ଗ୍ରେଡ ଉତ୍ତୀର୍ଣ୍ଣ ହେଲେ ପ୍ରିୟଙ୍କା, ଡାକ୍ତର ହେବା ଲକ୍ଷ୍ୟ

Spread the love

କେନ୍ଦୁଝର, ୨୨/୫ (ସନ୍ଧାନ ନିୟୁଜ): କେନ୍ଦୁଝର ଜେଲରୋଡ ସ୍ଥିତ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ପ୍ରିୟଙ୍କା ପ୍ରିତିପର୍ଣ୍ଣା ରାଉତ ୫୫୨ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ପ୍ରତିଦିନ ୮ଘଣ୍ଟା ଲେଖାଁଏ ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଆଦୌ ଟିଉସନ ନହୋଇ କେବଳ ବିଦ୍ୟାଳୟରେ ପାଠ ପଢିବା ସହ ନିଜ ପରିଶ୍ରମ ଯୋଗୁଁ ସଫଳତା ପାଇଥିବା ପ୍ରିୟଙ୍କା ପ୍ରକାଶ କରିଛନ୍ତି। ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ମାଗଣାରେ ରୋଗୀ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ଗୁରୁଜୀ/ଗୁରୁମାଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରିୟଙ୍କା ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀଭାବେ ସାଧାରଣଜ୍ଞାନ ପ୍ରତିଯୋଗୀତା, ତର୍କ ପ୍ରତିଯୋଗୀତାରେ ଅନେକ ଥର ପୁରସ୍କୃତ ହୋଇଥିବାବେଳେ ଶିଶୁ ମନ୍ଦିରମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରଶ୍ନମଞ୍ଚ ପ୍ରତିଯୋଗିତାରେ ସେ ଜାତୀୟସ୍ତରକୁ ଯାଇ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ପାଠ ପଢା ବ୍ୟତୀତ ସେ ଗଳ୍ପ ବହି ପଢାରେ ରୁଚି ରଖିଥିବାବେଳେ ଛୋଟ ଛୋଟ ଶିଶୁ ଗଳ୍ପ ଓ କବିତା ରଚନା କରିଛନ୍ତି। ତାଙ୍କ ପିତା କିଶୋର ଚନ୍ଦ୍ର ରାଉତ ବିଶୋଇ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଅଧ୍ୟାପକ ଥିବାବେଳେ ତାଙ୍କ ମାତା ଜ୍ୟୋତିର୍ମୟୀ ରାଉତ ଜଣେ ଗୃହିଣୀ ଅଟନ୍ତି।

Related Posts

About The Author

Add Comment