ଏନସିସି ଛାତ୍ରୀଙ୍କୁ ଚାପିଦେଲା ଟ୍ରକ୍

Spread the love

ଚୌଦ୍ବାର,26.01.2021(ସନ୍ଧାନ ନିଉଜ୍): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ଛକ ନିକଟରେ କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍ । ଛାତ୍ରୀ ଜଣଙ୍କ ଜଗତପୁର କଲେଜରୁ ଏନସିସି କ୍ଲାସ୍ ସାରି ନିଜ ଘରକୁ ଫେରୁଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା । ଗ୍ରାମବାସୀମାନେ ରାସ୍ତା ଅବରୋଧ କରିବା ସହ ଭଙ୍ଗାରୁଜା କରିଥିବା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଦେବସ୍ମିତା ସାହୁ । ତାଙ୍କ ଘର ଟିକରା ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ରାସ୍ତା ଗ୍ରାମାଞ୍ଚଳର ୪୦ଟି ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ବେଆଇନ ବାଲି ଓ ସିମେଣ୍ଟ ଗାଡି ଅବାଧ ଚଳାଚଳ ଯୋଗୁଁ ଏହି ଭଳି ଘଟଣା ଘଟିଛି । ଆଗାମୀ ଦିନରେ ଯଦି ଏଥିପ୍ରତି  ପ୍ରଶାସନ ଧ୍ୟାନ ନ ଦିଏ ତେବେ ରାଜରାସ୍ତା ଅବରୋଧ କରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

 

Related Posts

About The Author

Add Comment