ଏଥର ଗୁମାସ୍ତାଙ୍କ ସରକାର ନୁହେଁ, ଓଡ଼ିଆ ସ୍ୱାଭିମାନର ସରକାର ହେବ – ଧର୍ମେନ୍ଦ୍ର

Spread the love

ସମ୍ବଲପୁର(ସନ୍ଧାନ ନିୟୁଜ୍): ପରିବର୍ତ୍ତନ ପ୍ରତିଟି ପ୍ରାଣର ସ୍ୱର ଓ ସ୍ୱାକ୍ଷର ହେଉ।ଭିକରେ ନିର୍ଭର କରିବା ଅପେକ୍ଷା ଆତ୍ମନିର୍ଭରଶୀଳ ହୋଇ ପରିବାର,ସମାଜ ଓ ଜାତିର ସେବାରେ ମନ ଲୟ ଲଗାଇଲେ ରାଜ୍ୟ ଓ ଦେଶ ସମୃଦ୍ଧିରେ ନିଜେ ସହାୟକ ହେବା।ଏଭଳି ଉକ୍ତି ରଖି ଆଜି ବିଜେପି ଜନଜାତିର ମନ କିଣିବା ସହିତ ସମଗ୍ର ସମାଜକୁ ନୂଆଁ ବଳ ଦେଖାଇବାକୁ ପ୍ରୟାସ କରିଛି।ଓଡ଼ିଶାର ଲୋକମାନେ ୨୪ ବର୍ଷ ହେଲା ବିଜେଡିକୁ ଦାୟିତ୍ୱ ଦେଇଛନ୍ତି । ୫ ବର୍ଷ ବିଜେପିକୁ ଦିଅନ୍ତୁ । ଆମେ ଆମ ରାଜ୍ୟକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁର ଲୋକସଭା ଏବଂ ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କହିଛନ୍ତି।ସେ ଆଜି ଘରକୁ ଘର ବୁଲିବା ସହିତ ଶୋଭାଯାତ୍ରା ଏବଂ ନିର୍ବାଚନୀ ସଭାରେ ଯୋଗଦେଇ ବିଜେପିର ଡବଲ ଇଞ୍ଜିନ ସପକ୍ଷରେ ବଡ ଯୁକ୍ତି ବାଢି କେବଳ ପଦ୍ମଫୁଲ ଚିହ୍ନ ଦେଖି ଭୋଟ ଦେବାକୁ କହିଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଯୁଯୁମୁରା ବ୍ଲକର ଗମ୍ଭାରିପଙ୍କରେ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ସହ ଘର ଘର ବୁଲି ପ୍ରଚାର କରିଥିଲେ । ଅନୁରୂପ ଭାବରେ ସେରସୁଆଁତଲ, କୁକୁଡାପାଲି, ଗିରିପାଲି, କବରାପାଲି, ପାଣିଗ୍ରାହୀପାଲି, ସାପଲହରା ଓ ନାକଟିଦେଉଳ ସମେତ ବିଭିନ୍ନ ଅଞ୍ଚଳରେ ବିଜେପି ପାଇଁ ସମର୍ଥନ ଭିକ୍ଷା କରିଥିଲେ।ମୋଦୀ ଗ୍ୟାରେଣ୍ଟି କାର୍ଡ ଏବଂ ବିଜେପି ଗ୍ୟାରେଣ୍ଟିର ସଂକଳ୍ପ ପତ୍ର ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେରସୁଆଁତଲ ଓ କିସିଣ୍ଡାରେ ବିଶାଳ ବାଇକ ରାଲିରେ ଯୋଗଦେବା ସହ କବରାପାଲି ଓ ସରପାଲିରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି । ସାଧାରଣ ଜନତାଙ୍କୁ ପିଇବା ପାଇଁ ପାଣି ଦେଇ ପାରୁନାହାନ୍ତି । ଜଳସେଚନର ସୁବିଧା ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଯୁବକ ଯୁବତୀଙ୍କୁ ଚାକିରି ନାହିଁ । ନବଜାତ ଶିଶୁଙ୍କ ଅପପୁଷ୍ଟି, ରକ୍ତହୀନତା ସମସ୍ୟା ଘୋର୍ ଚିନ୍ତାଜନକ ହୋଇଛି । ଗୁମାସ୍ତା ସରକାର ନୁହେଁ, ଓଡ଼ିଆଙ୍କ ସରକାର ଦରକାର ବୋଲି ସବୁ ଓଡ଼ିଆଙ୍କ ଓଡ଼ିଆଙ୍କ ମତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ, ମହିଳା, ଚାଷୀ, ଯୁବକ, ଆଦିବାସୀଙ୍କ ବିକାଶ ହୋଇଥିବା ବେଳେ ଦେଶ ସୁରକ୍ଷିତ ହୋଇଛି । ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ଜୀବନ ପଦ୍ଧତିରେ ପରିବର୍ତ୍ତନ ଆଣିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । ଓଡ଼ିଶାରେ ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ରାଜ୍ୟରେ ୨୫ ଲକ୍ଷ ମହିଳା ଲକ୍ଷପତି ଦିଦି ହେବେ । ସବୁ ଗରିବଙ୍କୁ ପକ୍କା ଘର ଦିଆଯିବା ସହ ଘରେ ଘରେ ନଳ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଯିବ । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ ଓ ସବୁ ଚାଷ ଜମି ଜଳସେଚନ କରିବା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ସହ ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ସହ ୭୫୦୦୦ କିମି ନୂଆ ସଡକ ନିର୍ମାଣ ହେବ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ ଏବଂ କେନ୍ଦୁପତ୍ର ବିଡାକୁ ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରେଢ଼ାଖୋଲ ପଡ଼ିଆବାହାଲ ଠାରେ ‘ଆମ୍ବେଦକର ସେବା ସମିତି’ ପକ୍ଷରୁ ଆୟୋଜିତ ‘ଲକ୍ଷେଘର ସମାଜ’ର ବନ୍ଧୁମିଳନରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକର ଆମକୁ ନ୍ୟାୟ ଏବଂ ସମାନତା ଉପରେ ଆଧାରିତ ଏକ ସର୍ବସମାବେଶୀ ଏବଂ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି । ସମ୍ବିଧାନ ହେଉଛି ସବୁଠୁ ବଡ ଗ୍ରନ୍ଥ, ଯାହା ଦେଶର ସବୁ ନାଗରିକଙ୍କ ସମାନତା ଓ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କାରଣରୁ ସମାଜରେ ଗୋଟିଏ ନୂଆ ଆଶା ତିଆରି ହୋଇଛି । ଦଳିତ, ବଞ୍ଚିତ ବର୍ଗର ଲୋକଙ୍କ ଭିତରେ ବିଶ୍ୱାସ ବଢିଛି । ମୋଦୀ ସବୁବେଳେ ଦଳିତ, ବଞ୍ଚିତ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି ।ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିବାରର ସଦସ୍ୟ ମାନଙ୍କୁ ଭେଟିଥିଲେ । ସମ୍ବଲପୁର ମାରଓ୍ୱାଡିପଡ଼ା ଠାରେ ପର୍ଶୁରାମ ଜନ୍ମତ୍ସୋବ ସମାରୋହ ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ମଧ୍ୟ ଉଦଘାଟନ କରିଥିଲେ ।

Related Posts

About The Author

Add Comment