ଏଣ୍ଡଳବା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି କୁ ଅଞ୍ଚଳ ବାସୀ ଙ୍କ ତୀବ୍ର ବିରୋଧ।

Spread the love

ଜେନାପୁର/୧୬/୦୪(ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତରେ ଏକ ସାଧାରଣ ବର୍ଜ୍ୟବସ୍ତୁ ପ୍ରକ୍ରିୟା ସୁବିଧା ପାଇଁ ମେସର୍ସ ମେଡିଆଡ଼ ମାର୍କେଟିଂ ସର୍ଭିସେସ ପକ୍ଷରୁ ଏହା ନିର୍ମାଣ କରାଯିବ। ଏଥି ନିମନ୍ତେ ହୋଇଥିବା ଜନ ଶୁଣାଣି କୁ ପ୍ରବଳ ବିରୋଧ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ର ମାତ୍ର ୧୫ ମିନିଟ ଭିତରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଯାହା ଫଳରେ ଅଧିକାରୀ ମାନେ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ। ଏହି ବିରୋଧ କୁ ପ୍ରକଳ୍ପ ର ସ୍ଥାନୀୟ ଗ୍ରାମବାସୀ ବହୁ ବିରୋଧ କରିଥିଲେ। ଏହି ଜନ ଶୁଣାଣି ରେ କଳିଙ୍ଗ ନଗର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଶ୍ରୀ ମଦନ ମୋହନ ସାହୁ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଧର୍ମଶାଳା ତହସିଲଦାର ସମୀର ଦାସ, ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କର ଯାଜପୁର ଆଡିସିନାଲ ଏସ୍ ପି ଅନିରୁଦ୍ଧ ରାଉତରାୟ,ଏସଡ଼ିପିଓ ଯାଜପୁର ରୋଡ ଲଷ୍ମୀଧର ସ୍ୱାଇଁ, ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା, ସବ ଇନ୍ସପେକ୍ଟର ଶଶୀ ଭୂଷଣ ପରିଡ଼ା, ରଞ୍ଜନ କୁମାର ବେହେରା,ଇନ୍ସପେକ୍ଟର ଆଶିଷ ସାହୁ,ଟମକା ଇନ୍ସପେକ୍ଟର, ସୁକିନ୍ଦା ଥାନା ସବ ଇନ୍ସପେକ୍ଟର ,କୋରେଇ ଥାନା ସବ ଇନ୍ସପେକ୍ଟର, ଚଢ଼େଇଧରା ଫାଣ୍ଡି ଅଫିସର ଓ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

Related Posts

About The Author

Add Comment