ଏକ ରହସ୍ୟମୟୀ ମନ୍ଦିର ଯାହାକୁ ନର୍କ ର ଦ୍ୱାର କୁହାଯାଏ, ଯେ ଯାଏ ଆଉ ଜୀବିତ ଫେରେ ନାହିଁ

Spread the love

ଏପରି ଏକ ରହସ୍ୟମୟ ସ୍ଥାନ ଅଛି ଯାହା ତୁର୍କିର ପ୍ରାଚୀନ ସହର ହେରାପୋଲିସରେ ଅବସ୍ଥିତ ।

ହେରାପୋଲିସରେ ଏକ ବହୁ ପୁରାତନ ମନ୍ଦିର ରହିଛି । ଏହି ମନ୍ଦିରକୁ ନର୍କର ଦ୍ୱାର କୁହାଯାଇଥାଏ । ଏହା ଭିତରେ ପ୍ରବେଶ କରିବା ତ ଦୂରର କଥା ମନ୍ଦିର ଆଖପାଖରେ ଗଲେ ମଧ୍ୟ କେହି ଫେରି ଆସିପାରନ୍ତି ନାହିଁ । ଏହି ମନ୍ଦିରକରେ ବହୁ ରହସ୍ୟମୟ ଘଟଣା ସବୁ ଘଟୁଅଛି । ସ୍ଥାନୀୟ ଲୋକଙ୍କ ମତାନୁସାରେ ଓ ବିଶ୍ୱାସ ଯେ , ଏଠାରେ ଆସୁଥିବା କୌଣସି ଜୀବିତ ବ୍ୟକ୍ତିଙ୍କ ମୃତ୍ୟୁ ୟୁନାନି ଦେବତାଙ୍କ ଶ୍ୱାସକ୍ରିୟାରୁ ନିର୍ଗତ ବିଷ ଯୋଗୁ ହେଉଛି । କ୍ରମାଗତ ଏଠାରେ ମୃତ୍ୟୁ ହେଉଥିବାରୁ ଏହି ମନ୍ଦିରର ଦ୍ୱାରକୁ ନିର୍କର ଦ୍ୱାର କୁହାଯାଇଥାଏ । ଗ୍ରୀକ ରୋମନ କାଳରେ ମଧ୍ୟ ଲୋକେ ମୃତ୍ୟୁ ଭୟରେ ଏଠାରେ ଯିବାକୁ ଡରୁ ଥିଲେ । ଅନ୍ୟପକ୍ଷେ ବୈଜ୍ଞାନିକଙ୍କ ଅନୁସାରେ, ଏହି ମନ୍ଦିରର ଭୂଗର୍ଭରୁ କ୍ରମାଗତ ବିଷାକ୍ତ କାର୍ବନ ଡାଇଅକ୍ସାଇଡ ଗ୍ୟାସ ନିର୍ଗତ ହେଉଛି । ଯାହାର ସ୍ପର୍ଶରେ ପଶୁପକ୍ଷୀ ଓ ମଣିଷ ଆସିଲେ, ସେମାନଙ୍କ ମୃତ୍ୟୁ ହେଉଛି ।

Related Posts

About The Author

Add Comment