ଉଲ୍ଲେଖନୀୟ କୃତିତ୍ୱ ନେଇ ମହାନଦୀ ତଟୋତ୍ସବରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା

Spread the love

କଟକ ୨୪।୪( ସନ୍ଧାନ ନିଉଜ) :  କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ନିବାସୀ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ତାଙ୍କର ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟଧରି ପରିବେଶ ସେବା ଓ କାଠଯୋଡି ନଦୀ ତଟରେ ସୃଷ୍ଟି କରି ଚାଲିଥିବା ଛୋଟ ଛୋଟ ଜଙ୍ଗଲ ଅଭିଯାନ ପାଇଁ କଟକ, କିଶୋରନଗରଠାରେ ପ୍ରଥମ କରି ମହାନଦୀ ତଟରେ ଅନୁଷ୍ଠିତ ହେଉଥିବା ଐତିହାସିକ ପାଞ୍ଚ ଦିବସୀୟ “ମହାନଦୀ ତଟୋତ୍ସବ” ରେ ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ସମ୍ବର୍ଦ୍ଧିତ କରିଛନ୍ତି।ଆୟୋଜକ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦର ଏହି ମହାନ ଉଦ୍ୟମକୁ ସାମାଜିକ କର୍ମୀ ତଥା ଦକ୍ଷ ସଂଗଠକ ବସନ୍ତ କୁମାର ପଣ୍ଡା,ସମାଜସେବୀ ଭଗବତୀ ପ୍ରସାଦ ପତି ଓ ସମର୍ପିତ କଟକ ପରିବାର ତରଫରୁ ସ୍ଵାଗତ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି।

Related Posts

About The Author

Add Comment