ଉମାକାନ୍ତ ମହାପାତ୍ର ସ୍ମୃତି ସଂସଦର ପ୍ରସ୍ତୁତି ବୈଠକ

Spread the love

ଚଣ୍ଡି ଖୋଲ/୨୨/୭ (ସନ୍ଧାନ ନିୟୁଜ) ଆଗାମୀ ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ଯା ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବି ସ୍ଵର୍ଗତ ଉମା ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ ଓ ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ମୃତି ସଂସଦର ଉପସଭାପତି ଅବଦୁଲ୍ ରଜାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ସ୍ମୃତି ସଂସଦର ମୁଖପତ୍ର ଉମାୟନ ସାହିତ୍ୟ ପତ୍ରିକା ପ୍ରକାଶନ, ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ, ସ୍ମୃତି ପୁରସ୍କାର, ସେବା ସମ୍ମାନ, ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା, ଅତିଥ୍ ଚୟନ ଚୟନ ଉପରେ ଆଲୋଚନା କରାଯାଇଥୁଲା | ବାର୍ଷିକ ଉତ୍ସବକୁ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ଡ ସୁଧୂର ଚନ୍ଦ୍ର ସାମଲ, ପ୍ରଶନ୍ନ କୁମାର ବିଶ୍ଵାଳ, କିଶୋର କୁମାର ମହାପାତ୍ର, ଶରତ ଚନ୍ଦ୍ର ନାୟକ, ଅବଦୁଲ୍ ରଜାକ ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ସ୍ମୃତି ସଂସଦର ସମ୍ପାଦକ ଡକ୍ଟର ପ୍ରିୟନାଥ ମହାପାତ୍ର, ସହ ସମ୍ପାଦକ ଡକ୍ଟର ବିଶ୍ୱଜ୍ ମହାପାତ୍ର, ପରୀକ୍ଷା ନିୟନ୍ତ୍ରକ ପଶ୍ରୀ ବିଶାଳ, ଶରତ ଚନ୍ଦ୍ର ନାୟକ, ନରେନ୍ଦ୍ର ପ୍ରତାପ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କିଶୋର କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Posts

About The Author

Add Comment