ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Spread the love

ବାରିପଦା, ୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ୧୯୪୯ ଜାନୁଆରି ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶିଥିବା ବେଳେ ଜାନୁଆରି ୨ରେ ମୟୁରଭଞ୍ଜ ସ୍ବତନ୍ତ୍ର ଜିଲ୍ଲା ଭାବେ ଶାସିତ ହେଲା । ଏନେଇ ଭାରତ ସରକାର, ଓଡ଼ିଶା ସରକାର ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁସାରେ; ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିର ସହ ସମସ୍ତ ମନ୍ଦିର ଓ ମଠଗୁଡ଼ିକରେ ପୂଜା ପାଇ ଆସୁଥିବା ଠାକୁରମାନଙ୍କ ସେବାରେ ଯେପରି ବିଘ୍ନ ନ ଘଟେ, ସେଥି ପାଇଁ ମହାରାଜା ପ୍ରତାପ ଛାଡ଼ି ଦେଇ ଯାଇଥିଲେ ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ଏଥି ସହିତ ରାଜତନ୍ତ୍ର ଅମଳରେ ପାଳିତ ହୋଇ ଆସୁଥିବା ଦୈନନ୍ଦିନ ନୀତି ଓ ପର୍ବର ବିଷଦ ବିବରଣୀ ଏକ‌ ରେଜିଷ୍ଟରରେ ଉଲ୍ଲେଖ ହୋଇଥିଲା। ଯାହାକୁ ଡଉଲ ରେଜିଷ୍ଟର କୁହାଯାଉଛି। ଡଉଲ ରେଜିଷ୍ଟରେ ଲିପିବଦ୍ଧ ହୋଇଥିବା ନୀତି ଅନୁସାରେ; ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜା ହୋଇଥାଏ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ନିକଟରେ ଭୋର ୫.୩୦ ମିନିଟ୍ରେ ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ଖେଚୁଡ଼ି ନୀତି ହେବାର ବିଧି ରହିଛି। ଏହି ପ୍ରସାଦକୁ ପହଲି ଭୋଗ ବା ପୋଷ ଭୋଗ କୁହାଯାଏ । ଯାହାକୁ ଓ ପାଇବା ପାଇଁ ଭକ୍ତମାନେ ଅପେକ୍ଷାରେ ରହିଥାଆନ୍ତି। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି  ଭୋର ସାଢ଼େ ୫ ବଦଳରେ ୮ଟା ବେଳେ ଉକ୍ତ ନୀତି ସମ୍ପନ୍ନ ହେଉଛି। ଫଳରେ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ସେବା କାର୍ଯ୍ୟ ଓ ନୀତିରେ ମଧ୍ୟ ବିଭ୍ରାଟ ହେଉଛି। ତେଣୁ ଭକ୍ତମାନଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିରର ସେବାୟତ ତଥା ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ଵର ତ୍ରିପାଠୀ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ହେଉଥିବା ବିଘ୍ନ ଓ ବିଭ୍ରାଟକୁ ନେଇ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପ-ଜିଲ୍ଲାପାଳ ପି ଅନେୂଷା ରେଡ୍ଡୀଙ୍କ  ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି

 

Related Posts

About The Author

Add Comment