ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଧୁ ବାଲିଘାଟରେ ୧୪୪ ଧାରା ଜାରି

Spread the love

ବାରିପଦା  ୨୫/୮/୨୦(ଲିଙ୍ଗରାଜ ପଣ୍ଡା):- ବାଲି ଓ ମୋରମର ଚୋରା ଚାଲାଣ ସମଗ୍ରରାଜ୍ୟରେ ହେଉଥିବା ଘଟଣା ଚହଳ ପକାଇଥିବାବେଳେ ଓ ଏହି ଘଟଣାରେ ବାଲି ଓ ମୋରମ ମାଫିଆଙ୍କୁ ପୁଲିସ ଗିରଫ କରିବା ସହ ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ବେତନଟୀ ତହସିଲ ଅଧୀନରେ ଏକ ବାଲି ସୈରାତ ଅଁଳା ପଞ୍ଚାୟତର ମଧୁଖୁଣ୍ଟା ଠାରେ ବାଉଁଶନାଳରେ ଥିବାବେଳେ ସେଠାରୁ ମଧ୍ୟ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଥିଲା । ଗଣ୍ଡଗୋଳର ଆଶଙ୍କା ଥିବାରୁ ତଥା ପରିସ୍ଥିତି ଭିନ୍ନ ଥିବା ଅନୁଭବ କରି ସଦର ଉପଜିଲାପାଳଙ୍କ ପତ୍ରସଂଖ୍ୟା ୧୫୨/୧୮/୮/୨୦୨୦ର ନିର୍ଦ୍ଦେଶ ମୁତାବକ ମଧୁଖୁଣ୍ଟା ମୌଜାର ବାଲିଘାଟକୁ ତା୨୧/୮/୨୦୨୦ ଠାରୁ ୧୪୪ ଧାରା ବେତନଟୀ ଭାରପ୍ରାପ୍ତ ତହସିଲଦାର ନମିତା ଧଳ ଜାରି  କରିଛନ୍ତି । ଉକ୍ତ ଆଦେଶନାମାକୁ ଅବମାନନା କରି ଉକ୍ତ ବାଲିଘାଟରୁ ବିନା ଅନୁମତିରେ ଅନର ପ୍ରବେଶ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶଯାଇଛି । ୨୧ତାରିଖ ଶୁକ୍ରବାର ତହସିଲଦାର ଶ୍ରୀମତୀ ଧଳ ବୈଶିଙ୍ଗା ପୁଲିସ ଉପସ୍ଥିତିରେ ଘଟଣାସ୍ଥଳରେ ପହଞ୍ଚି ୧୪୪ ଧାରା ଜାରି କରିବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ  ପ୍ରଚାର କରାଯାଇଛି । ଏହି ନୋଟିସଜାରି ସମୟରେ ଏଏସଆଇଁ କୈଳାଶ ପ୍ରଧାନ, ଆରଏସ ଜଗନ୍ନାଥ ସିଂ, ଏସିଆରଏ ଅଶୋକ ବେହେରା ଓ ଆରଆଇ ଉତ୍ତମ କୁମାର ପାତ୍ର ଉପସ୍ଥିତ ଥିଲେ।

 

 

 

Related Posts

About The Author

Add Comment