ବିଶୋଇ, 15.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) : ଗ୍ରାମ ଫଚାୟତ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅଧିକ ବ୍ୟବସ୍ଥା ସହ ମାର୍ଗଦର୍ଶିକା ଜାରି କରିଛନ୍ତି । ତେବେ ଫଚାୟତ ପ୍ରଶାସନର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ଅକାରୀଙ୍କ ଅନୁପସ୍ଥିତି ଯୋଗୁଁ ଫଚାୟତର ନିବାଚିତ ସରପ୍ର, ୱାର୍ଡସଭ୍ୟ ବିଭିନ୍ନ ଯୋଜନାର ହିତାରୀମାନଙ୍କ ମଧ୍ୟରେନୈରାଶ୍ୟ ଭାବ ଓ କ୍ଷାବ ସୃଷ୍ଟି ହୋଇଛି। ବିଶୋଇ ବ୍ଲକର ୧୩ଟି ଫବାୟତ ମଧ୍ୟରୁ ୬ଟି ଫଚାୟତରେ ଅନ୍ୟ ଫଚାୟତର ପିଇ ଓ ଭାରପ୍ରାପ୍ତ ପିଇ.ଓ ଦାୟିତ୍ବରେ ରହିଛନ୍ତି । ୭ଟି ଫଚାୟତରେ ପୂର୍ଣ୍ଣକାଳୀନ ନିର୍ବାହୀ ଅଧିକାରୀ ରହିଥିବା ସଡ଼େ ଅନ୍ୟ ଫଚାୟତଗୁଡିକରେ ସ୍ଥାୟୀ ନିର୍ବାହୀ ଅଧ୍ୟକାରୀ ନଥିବାରୁ ହିତାଧ୍ୟକାରୀ ତଥା ସରପଞ୍ଚଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶୋଇ, ଜଗନ୍ନାଥପୁର, ବନେଇକଳା, ସାନପୁରୁଣାପାଣି, ଯୋଡ଼ିଆ ଓ ନବେ ପୋଖରିଆ ଆଦି ଫଚାୟତରେ ଭାରପ୍ରାପ୍ତ ଦାଇତ୍ଵରେ ନିର୍ବାହୀ ଅଧିକାରୀ ରହିବା ଯୋଗୁଁ ଛୁଟି ଓ ବୈଠକ ଦିବସକୁ ବାଦ ଦେଲେ ପଞ୍ଚାୟତ କାର୍ଯ୍ୟାଳୟରେ ଅନ୍ୟ ଦିବସ ଗୁଡିକରେ ଉପସ୍ଥିତ ରହିବାସେମାନଙ୍କ ପକ୍ଷେ ସମ୍ଭବ ପର ହୋଇପାରୁନାହିଁ । ସ୍ଥାୟୀ ଫଚାୟତ ନିର୍ବାହୀ ଅଧୁକାରା (ପିଇଓ)ଙ୍କ ମଧ୍ୟରୁ ଅଶନା ପିଇ ଓ ବିଶୋଇ ଫଚାୟତ, ଖଡ଼ିମବେଡା ପିଇଓ ନ, ବେ ପୋଖରିଆ ଫଚାୟତ, ଲୁହାକାନି ପିଇ ଓ ଯୋଡ଼ିଆ ଫିଚାୟତ ମଣଦା ପି.ଇ.ଓ ଜଗନାଥପୁର ଫଚାୟତ ବାଉତିବେଡା ପିଇ.ଓ ସାନ ପୁରୁଣାପଣି ଫଚାୟତ ନୂଆଗାଁ ପି.ଇ.ଓ ବନେଇକଳା ଫଚାୟତରେ ଦାୟିତ୍ବ ନିର୍ବାହ କରୁଛନ୍ତି । ଫଚାୟତରେ ବିତରଣ ଦେଉଥିବା ସାମାଜିକ ସୁରକ୍ଷା ଭତ୍ତା, ପ୍ରାକୃତିକ ବିପର୍ଯ୍ୟୟ ସହାୟତା, ହରିଶ୍ଚନ୍ଦ୍ର ସହାୟତା,ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟ, ପଞ୍ଚମ ରାଜ୍ୟ ଅର୍ଥ କମିଶନ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଗୃହ, ମନରେଗା କାର୍ଯ୍ୟ ଆଦି ତଦାରଖ ଓ ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବା ସଙ୍ଗେସଙ୍ଗେ ହିତାଧୁକାରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଉଛନ୍ତି । ବର୍ତ୍ତମାନ ବିଶୋଇ ବ୍ଲକର ୬ଟି ଫଚାୟତ ରେ ଖାଲି ପଡିଥିବା ପି.ଇ.ଓ ପଦରେ ଭାରପ୍ରାପ୍ତ ପି.ଇ.ଓ ବଦଳରେ ନିୟମିତ ପି.ଇ.ଓ ଅବସ୍ଥାପିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପ୍ରଭାବିତ ଉକ୍ତ ଫଚାୟତ ଗୁଡ଼ିକର ଜନ ସାଧାରଣ ଦାବି କରିଛନ୍ତି ।
ଉନ୍ନୟନ ମୂଳକ କାର୍ଯ୍ୟ ରୂପାୟନ ବାଧାପ୍ରାପ୍ତ
|
December 15, 2020 |