ଉନ୍ନତ ସେବା ପାଇଁ ଯାଜପୁର ଜିଲ୍ଲାରେ୧୯ ଜଣ ସମ୍ବର୍ଦ୍ଧିତ

Spread the love

ଯାଜପୁର ସଦର ୨୮/୧ (ସନ୍ଧାନ ନିୟୁଜ/ ଗୋପିନାଥ ଦାଶ) ରାଜ୍ୟ ସରକାର ବିଭିନ୍ନ ବିଭାଗରେ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ବୈଷୟିକ ଜ୍ଞାନ, ସମୟାନୁସାରେ କାର୍ଯ୍ୟ ଓ କାର୍ଯ୍ୟରେ ରୁପାନ୍ତରୀକରଣ ଯୋଗାଇ ଦେବା ପାଇଁ ୫ଞି ଏବଂ ମୋ ସରକାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ବିଭିନ୍ନ ବିଭାଗର କିଛି କର୍ମଚାରୀ ଏହି ମନ୍ତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ଅବଦାନକୁ ପ୍ରୋତ୍ସାହିତ ଓ ସାମାଜିକ ସ୍ତରରେ ସ୍ୱିକୃତି ପ୍ରଦାନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଉକ୍ରୃଷ୍ଟ ସେବା ଯୋଗାଇ ଦେଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଚିହ୍ନଟ କରି ଜାତୀୟ ଦିବସରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ, ଶିଳ୍ପ , ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି୧୯ ଜଣ ଅଧିକାରୀ ଓ କର୍ମଚାରୀ ଙ୍କୁ ବାଳାଶ୍ରମ ପଡ଼ିଆଠାରେ ସମ୍ମାନୀତ କରିଛନ୍ତି । ଟିମ୍ ୱାର୍କ ମାଧ୍ୟମରେ ଜନସେବାକୁ ଅଧିକ ଫଳପ୍ରସୁ କରିଥିବାରୁ ତହସିଲ କାର୍ଯ୍ୟାଳୟ ଧର୍ମଶାଳାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଧର୍ମଶାଳା ଗୋଷ୍ଠି ଉନ୍ନୟନ ଅଧିକାରୀ ହେମନ୍ତ କୁମାର ନାୟକ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଦର୍ପଣ ତହସିଲ ବନ୍ଦାଳୋ ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ଅମୁଲ୍ୟ କୁମାର ଦାସ, ଯାଜପୁର ଅବକାରୀ ଅଧିକ୍ଷକ ରଜତ ପ୍ରହରାଜ, ସହକାରୀ ଜିଲ୍ଲାପାଳ ଅନୁପ କୁମାର ବେହେରା, ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଉମାକାନ୍ତ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ(ଜଳ ଓ ପରିମଳ) ବିଭୁତି ଭୁଷଣ ପଣ୍ଡା, ଦଶରଥପୁର ବ୍ଲକ୍ର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ମଞ୍ଜୁଳା ରଥ, ଯାଜପୁର ଉପ ବିଭାଗୀୟ ଅଧିକାରୀ ସଂସ୍ଥାବିଭାଗ ଅଲେଖ ମହାରଣା, ଦାନଗଦୀ ବ୍ଲକ୍ ଅଙ୍ଗନୱାଡ଼ି ସୁପରଭାଇଜର ନନ୍ଦିନୀପ୍ରଭା ଲେଙ୍କା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍ ନର୍ସ ଆଲିନ୍ ଖୁସ୍ବୁ ଲାକ୍ରା, ଜିବୀକା ମିସନର ସୁକିନ୍ଦା ବ୍ଲକ୍ ସଂଯୋଜକ ଆଲୋକରଂଜନ ବେହେରା, ଯାଜପୁର ବ୍ଲକ୍ର ଅତିରିକ୍ତ ପ୍ରୋଗ୍ରାମ ଅଫିସର ଅମି୍ରତା ଦାସ, ଦଶରଥପୁର ବ୍ଲକ୍ ଦାମୋଦରପୁର ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତ୍ତିବାସ ସାହୁ, ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକ, ଦାନଗଦୀ ବ୍ଲକ୍ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କପିଳ ଚରଣ ସାମଲ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ବାଚନ ବିଭାଗ ସୁବାଶ ପଣ୍ଡା, ଶଙ୍କର ଚିତ୍ରାଳୟ ପ୍ରୋପାଇଟର ଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନ୍ନା, ଜିଲ୍ଲା ପରିଷଦ ଅଧକ୍ଷ ନରେଶ ଚନ୍ଦ୍ର ମହାନ୍ତୀ, ପ୍ରକଳ୍ପ ନିଦେ୍ର୍ଦଷକ ଇନ୍ଦ୍ରମଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତୀ, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଲା ପାଳ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ ।

Related Posts

About The Author

Add Comment