ଜେନାପୁର/ ୨୦/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନସ୍ଥ ମାଳହାଟ ଠାରେ ଦ୍ଵାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ୭୪ ତମ ମାଳ ହାଟ ମେଲଣ ଉଦଯାପିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞଟିରେ ପାଖାପାଖି ତିନି ଗୋଟି ପଞ୍ଚାୟତର ଗ୍ରାମର ଲୋକମାନଙ୍କୁ ନେଇ ଅନୁଷ୍ଠାନଟି ଅନୁଷ୍ଠିତ ହୋଇଛି ଢେଙ୍କାନାଳ ଜିଲ୍ଲାର ଦଶମାଣ ପଞ୍ଚାୟତ ମଞ୍ଜୁରୀ ପଡା ,ଯାଜପୁର ଜିଲ୍ଲାର ରେଖିଦେଇପୁର ପଞ୍ଚାୟତର ପାଇକରା ପୁର ଓ ଏଣ୍ଡଳବା ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନଙ୍କର ପୂର୍ଣ୍ଣ ସହଯୋଗରେ ଅନୁଷ୍ଠାନଟି ଗଢ଼ି ଉଠିଛି। ପ୍ରତ୍ୟେକ ବର୍ଷ ଏହି ବିଶ୍ୱଶାନ୍ତି ମହାଯଜ୍ଞଟିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହହୋଇଥାଏ ।ଓ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ଏହିଯଜ୍ଞଟି ପାଞ୍ଚ ଦିନଧରି ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ ,ଭଜନ, କୀର୍ତ୍ତନ, ଘୋଡ଼ା ନାଚ, ପାଲା, ଦାସ କାଠିଆ ସାଙ୍ଗକୁ ବିଭିନ୍ନ ସଂସ୍କୃତିକ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ଦୋଳି ଛୋଟ ବଡ଼ ଦୋକାନ ଶ୍ରଦ୍ଧାଳୁଙ୍କ ମନ ମୋହିଥାଏ । ଚଳିତ ବର୍ଷ ତା ୧୫/୦୩/ ଠାରୁ ତା ୧୯/୦୩/ପର୍ଯ୍ୟନ୍ତ ଏହି ମହାଯଜ୍ଞ ଟି ବହୁ ଧୁମଧାମରେ ପାଳିତ ହୋଇଯାଇଛି । ବ୍ରାହ୍ମଣୀ ସେବା ସଂଘ ଓ ସାତ ମୌଜା ସାଂସ୍କୃତି ପରିଷଦ ତରଫରୁ ଅଖା ପାଖ ଅଞ୍ଚଳରୁ ନିରାଶ୍ରୟ ଗରିବ ଲୋକମାନଙ୍କୁ ଅନ୍ନ ବସ୍ତ୍ର ଦାନ କରାଯିବା ସହ ଦୀର୍ଘ ବାରବର୍ଷ ଧରି ଅନୁଷ୍ଠାନରେ ଯେଉଁ ଭକ୍ତ ମାନେ ଭଜନ କୀର୍ତ୍ତନ କରିଥିଲେ ଏବଂ ପଣ୍ଡିତ ଓ ଯଜ୍ଞରେ ଯେଉଁ ଭକ୍ତ ମାନେ କଳସ ଧରିଥିଲେ ସେମାନଙ୍କୁ କମିଟି ତରଫରୁ ମାନ ପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।ଗତ ୧୯/ ତାରିଖ ରାତ୍ରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଥିଲା । ୨୦/୦୩/ରବିବାର ଦିନ ୭୪ ତମ ମାଳ ହାଟ ମେଲଣ ଅନୁଷ୍ଠିତ ହୋଇ ସୋମବାର ଦିନ ଉଡଦୁଯାପିତ ହୋଇଛି । ଏହି ମେଲଣ ଟିରେ ପାଖାପାଖି ୯ଗୋଟି ଠାକୁର ବାଡ଼ି ବିମାନଙ୍କୁ ନିମତ୍ରଣ କରାଯାଇଥିଲା । ସେମାନେ ହେଲେ ସ୍ଥାନୀୟ ବିଛାଖଣ୍ଡି ଗ୍ରାମର ଥାନପତି ମଦନ ମୋହନ ଜୀଉ, କଲାଣ୍ଡ,ପାଟପୁର, ନିହଲ ପ୍ରସାଦ(ଚଉପାଢ଼ି ସାହି)ନିତ୍ୟାନନ୍ଦ ପୁର, ଇଚ୍ଛାପୁର , ବଙ୍ଗାଳି ସାହି (ଜାରକା) ଠେଙ୍ଗା ମଠ ,ଓ ସଂପାରୁ ଠାକୁର ବାଡ଼ି ମାନେ ରାତ୍ରରେ ପହଁଚି ପରଦିନ ଦିବା ୧୨ ଘଟିକାଟା ପର୍ୟ୍ଯନ୍ତ ଭଜନ ,କୀର୍ତ୍ତନ, ବାଜା,ଲୋଉଡ଼ି ଖେଳ, ଘୋଡ଼ା ନାଚ, ଗୋଟିପୁଅ ନାଚ ସହିତ ବିଭିନ୍ନ ପ୍ରକାର ସଂସ୍କୃତି କାର୍ଯ୍ୟକ୍ରମ ଶୋଭା ଯାତ୍ରାରେ ଠାକୁର ମାନଙ୍କୁ ଧରି ମେଲଣ କମିଟି ପାଖରେ ପହଁଚି ଥିଲେ, ପରେ ବିମାନରେ ବିଜେ ଠାକୁର ମାନଙ୍କୁ ଭୋଗ ଲଗାଇ ହୋରୀ ଖେଳାଇ ବିଦାକି ଦେଇ ବିଦାୟ କରିଥିଲେ । ସ୍ଥାନୀୟ ଜେନାପୁର ପୋଲିସ ପକ୍ଷରୁ କଡା କଡ଼ି ଭାବେ ସୁରକ୍ଷା ବ୍ୟବସ୍ଥା କରାଜିଥିଲା ।
ତାଜା ଖବର
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।




