ଉତ୍କଳ ଦିବସ ଅବସରରେ ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ରେ ଥିବା ସ୍ବର୍ଗତ ଗିରିଶ ଚନ୍ଦ୍ର ନାଏକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ

Spread the love

ସୁନ୍ଦରଗଡ :ତା:୧/୪/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ସାରା ଓଡ଼ିଶା ପାଲନ କରୁଛି ଉତ୍କଳ ଦିବସ। ଏହି ଅବସରରେ ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ରେ ଥିବା ସ୍ବର୍ଗତ ଗିରିଶ ଚନ୍ଦ୍ର ନାଏକ ପ୍ରତିମୂର୍ତ୍ତୀରେ ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ଏହି ଦିବସର ଶୁଭାରମ୍ଭ କରିଥିଲେ । ଓଡ଼ିଶା ଦିବସ ଅବସରରେ ସମସ୍ତ ଓଡିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଦିନ ଆମର ସଂଘର୍ଷ ଏବଂ ଏକତାର ପରିଚୟ, ଯେଉଁଥିରେ ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ଅବତୀର୍ଣ୍ଣ ହୋଇଥିଲା। ଆମେ ସମସ୍ତେ ଏକତାର ସହ ଓଡ଼ିଶାର ଉନ୍ନତି ଏବଂ ବିଶ୍ଵ ସ୍ତରରେ ଏହାର ପ୍ରତିଷ୍ଠା ବୃଦ୍ଧି କରିବାର ଶପଥ ନେବା । ଓଡ଼ିଶାର ଶ୍ରେଷ୍ଠ ଐତିହ୍ୟ, ସଂସ୍କୃତି ଏବଂ ଉନ୍ନତି ନିରନ୍ତର ବିଶ୍ଵ ସ୍ତରରେ ପ୍ରକାଶିତ ହେଉବୋଲି ନିଜ ଭାଷଣରେ କହିଥିଲେ। ଗୌରବ ଏବଂ ଐତିହ୍ୟକୁ ସ୍ମରଣ କରି, ଓଡ଼ିଆ ସଂସ୍କୃତି, ଭାଷା ଏବଂ ପରମ୍ପରାର ଉନ୍ନତି ପାଇଁ ଅଗ୍ରସର ହେବ ବୋଲି ସ୍ଥାନୀୟ ସରପଞ୍ଚ ନିଜ ମତ ରଖିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ।ଏହି ଅବସରରେ ଅଞ୍ଚଳ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ହୋଇଥିବା ବେଳେ ବ୍ଲକର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment