ଧର୍ମଶାଳା ୧୭/୦୯ (ସନ୍ଧାନ ନିୟୁଜ) ଜାରକାସ୍ଥିତ ଧର୍ମଶାଳା ବ୍ଲକ୍ ଓ ଉଠାଜଳସେଚନ କାର୍ଯ୍ୟାଳୟ ପରିସରରେ ଥିବା ଏକାଧିକ ପୁରୁଣା ଷ୍ଟାଫ କ୍ୱାର୍ଟର୍ସ ଏବେ ପାଲଟିଛି ଭୂତକୋଠି । ଦୀର୍ଘବର୍ଷ ହେଲା ମରାମତି ଅଭାବରୁ କ୍ୱାର୍ଟର୍ସ ଗୁଡିକ ଭାଙ୍ଗିରୁଜି ଗଲାଣିତ କେଉଁଠ ି କବାଟ ଭଲଲାଗି ନଷ୍ଟ ହୋଇଗଲାଣି । ବିପଦ ସଂକୁଳ ଅବସ୍ଥାରେ ଥିବା ପୁରୁଣା ଷ୍ଟାପ୍ କ୍ୱାର୍ଟର୍ସ ଗୁଡିକ ଏବେ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି । ଏଠାରେ ମଦ୍ୟପାନ ଆସରଠାରୁ ଆରମ୍ଭ କରି ଗଞ୍ଜେଇଭିଡା ଓ ନାନାଦି ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଦୂରଦୂରାନ୍ତରୁ ଆସୁଥିବା ସରକାରୀ କର୍ମଚାରୀଙ୍କ ରହିବା ପାଇଁ ବହୁବର୍ଷ ପୂର୍ବେ ଏଠାରେ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରାଯାଇଥିଲା । ପୂର୍ବରୁ ଅଧିକାଂଶ ଅଧିକାରୀ ଓ କର୍ମଚାରୀ ଏସବୁ କ୍ୱାର୍ଟର ରେ ରହିବାକୁ ବାଧ୍ୟ ହେଉଥିଲେ । ହେଲେ ଏବେ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ମାନେ ଆଉ ଏସବୁ ପୁରୁଣାକାଳର ଆଜବେଷ୍ଟ୍ସ ଘରେ ରହିବା ପାଇଁ ଇଛ୍ଛା ପ୍ରକାଶ କରୁନାହାନ୍ତି । ଫଳରେ କେତେକ କ୍ୱାର୍ଟର୍ସରେ ତଳିଆ କର୍ମଚାରୀ ରହୁଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ଏକ ମହଲା କୋଠରୀରେ ବିଡିଓଙ୍କ କ୍ୱାର୍ଟର୍ସ ଥିବା ବେଳେ ୪ ଗୋଟି ଅତ୍ୟାଧୁନିକ ଦୁଇ ମହଲା ପ୍ରାସାଦରେ ୮ଜଣ ଅଧିକାରୀ ରହୁଛନ୍ତି । ଏହା ସତ୍ୱେ ଅନ୍ୟକେତେକ ଅଧିକାରୀ ଓ କର୍ମଚାରୀ ନିଜ ଘରକୁ ଯିବା ଆସିବା କରୁଛନ୍ତି ତ ଆଉ କେତେକ ଜାରକା ଅଂଚଳରେ ଭଡାଘର ନେଇ ରହୁଛନ୍ତି । ଏଥିମଧ୍ୟରୁ ଏକାଧିକ କ୍ୱାର୍ଟର୍ସ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ଅଭିଯୋଗ ହେଇଛି । ତେବେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ପୁରୁଣା କ୍ୱାର୍ଟର୍ସ ନିର୍ମାଣ କରାଗଲେ କର୍ମଚାରୀମାନେ ରହିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଇଛି । ତୁରନ୍ତ ଏ ଦିଗରେ ଏକଉଚ୍ଚସ୍ତରୀୟ ତଦନ୍ତ କରି ସାନି ମରାମତି କିମ୍ବା ନିର୍ମାଣ କରିବା ପାଇଁ ସମାଜସେବା ମିହିର କୁମାର ଖୁଂଟିଆ ଦାବୀ କରିଛନ୍ତି ।
ଉଠାଜଳସେଚନ ବିଭାଗର ଏକାଧିକ ଷ୍ଟାଫ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି
|
September 18, 2019 |
