ଇରାକରେ ରହୁଥିବା ଭାରତୀୟ ନାଗରିକଙ୍କୁ ଆଡଭାଇଜୋରୀ ଜାରୀ କଲା ଭାରତ

Spread the love

ନୂଆଦିଲ୍ଲୀ ୮/୧/୨୦୨୦ (ସନ୍ଧାନ ନିଉଜ) ଗତ ସପ୍ତାହରେ ମେଜର ଜେନେରାଲ କାସିମ ସୋଲେମାନୀଙ୍କର ହତ୍ୟା ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଚିନ୍ତାକୁ ନଜରରେ ରଖି, ଭାରତ ବୁଧବାରଦିନ ଇରାକରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଆଡଭାଇଜୋରୀ ଜାରୀ କରିଛି।

ବିଦେଶ ମନ୍ତ୍ରଣାଳୟ ତରଫରୁ ଯାତ୍ରା ଉପରେ ସତର୍କ ସୂଚନାରେ କୁହାଯାଇଛିଯେ, ଆସନ୍ତା ଅଧିସୂଚନା ପର୍ଯ୍ୟନ୍ତ ଇରାକରେ ଅତ୍ୟାବଶ୍ୟକ ନହେଲେ ଯାତ୍ରା ନକରିବା ପାଇଁ ଉପଦେଶ ଦିଆଯାଇଛି। ଏପରିକି ଦରକାର ନହେଲା ଘରୁ ପଦାକୁ ନ ବାହାରିବା ପାଇଁ ମଧ୍ୟ କୁହାଯାଇଛି ଏତଦ୍ ବ୍ୟତୀତ ବିମାନଯାତ୍ରାକୁ ମଧ୍ୟ ପାରୁ ପର୍ଯ୍ୟନ୍ତ ଟାଳିବା ପାଇଁ ମଧ୍ୟ ଆଡଭାଇଜୋରୀ ଜାରୀ କରାଯାଇଛି। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ରବିଶ୍ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି।

ଏତଦ୍ ବ୍ୟତୀତ ଭାରତୀୟ ଦୂତାବାସ ଏବଂ ଏରବିଲ ସ୍ଥିତ କନ୍ସ୍ୟୁଲେଟ୍ ଇରାକରେ ରହୁଥିବା ଭାରତୀଙ୍କୁ ସମସ୍ତ ସେବା ପ୍ରଦାନ କରିବା ପାଇଁ ସାମାନ୍ୟ ରୂପରେ କାମ କରିବ ବୋଲି ସୂଚନା ଦିଆଯାଇଛି।

Related Posts

About The Author

Add Comment