ଆୟୁସ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗିରଫ

Spread the love
ଭୁବନେଶ୍ୱର ୦୯/୦୭ (ସନ୍ଧାନ ନିଉଜ) ଆୟୁସ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି ମହିଳା ଥାନା ପୋଲିସ । ତାଙ୍କ ନାମରେ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ତାଙ୍କୁ ଥାନାରେ ହାଜର ହେବାକୁ ମହିଳା ଥାନା ପୋଲିସ ନୋଟିସ ଜାରି କରିଥିଲା । ଏହି ମାମଲାରେ ମହିଳା ଥାନା ପୋଲିସ ବହୁ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ସବୁ ତଥ୍ୟକୁ ସାମ୍ନାରେ ରଖି ଆଇପିସି ୩୫୪(ଡ଼ି) ଓ ୬୭ ଆଇଟି ଆକ୍ଟ ବଳରେ ତାଙ୍କୁ ଆଜି ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି ।

Related Posts

About The Author

Add Comment