ଭୁବନେଶ୍ୱର, ୨୧/୦୪ (ସନ୍ଧାନ ନିଉଜ) ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି । ସେ ୧୩ ମାର୍ଚ୍ଚରେ ଗାଡି ଭଡା କରି ଝାଡଖଣ୍ଡ ଯାଇଥିଲେ । ୭ ଏପ୍ରିଲରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ । ୧୩ ଏପ୍ରିଲରେ ପୁଣି ଥରେ ଜିଲ୍ଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ । ୧୪ ଏପ୍ରିଲରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡି ଭଡା କରି ଯାଇଥିଲେ । ୧୪ ଏପ୍ରିଲରୁ ୧୬ ଏପ୍ରିଲ ଯାଏଁ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ୧୬ ଏପ୍ରିଲରେ ଏମ୍ସରେ ଭର୍ତ୍ତି ହେଲେ । ୧୮ ତାରିଖରେ ନମୂନାରେ କରୋନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
ଆସିଲା ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି
|
April 22, 2020 |
