ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦: ଟିମ୍ ଇଣ୍ଡିଆ ହାତରେ ଇତିହାସ ରଚିବା ସୁଯୋଗ

Spread the love

ନୂଆଦିଲ୍ଲୀ, ୯/୨(ସନ୍ଧାନ ନିୟୁଜ) : ରବିବାର ହାମିଲଟନର ସେଡାନ୍ ପାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଏବେ ୧-୧ରେ ବରାବର ରହିଛି। ଫଳରେ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଏହା ନ୍ୟୁଜିଲାଣ୍ଡ ମାଟିରେ ଭାରତର ପ୍ରଥମ  ଅନ୍ତର୍ଜାତୀୟ ଟି-୨୦ ବିଜୟ ଥିଲା ।

ଆସନ୍ତାକାଲି ଉଭୟ ଦଳ ମ୍ୟାଚ ହାତେଇବାକୁ ଜୋରଦାର ପ୍ରୟାସ କରିବେ । ତେବେ ଟିମ୍ ଇଣ୍ଡିଆ ପାଖରେ  ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ଶେଷ ଟି-୨୦ ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ।  ତେବେ କାଲିର ଏହି ହାଇଭୋଲ୍ଟଟେଜ୍ ମ୍ୟାଚ ହାମିଲଟନର ସେଡାନ୍ ପାର୍କରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ, ୧୨.୩୦ ମିନିଟରେ ଆରମ୍ଭ ହେବ ଓ  ୧୨ଟା ସମୟରେ ଟସ୍ ପଡିବ ।

ସମ୍ଭାବ୍ୟ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ,ମହେନ୍ଦ୍ର ସିଂହ ଧୋନୀ (ୱିକେଟରକ୍ଷକ), କ୍ରୁନାଲ୍ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଶୁଭମାନ ଗିଲ୍, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ୍ ।

 

Related Posts

About The Author

Add Comment