ଆର.ଟି.ଆଇ ଆଇନରେ ମିଳୁନି ତଥ୍ୟ: ଆଇନକୁ ମାନୁନାହାନ୍ତି ଅଧିକାରୀ, ପାଳନ କରୁନାହାନ୍ତି ନିୟମାବଳୀ

Spread the love

ଯାଜପୁର, ୨୦/୩ (ସନ୍ଧାନ ନିୟୁଜ/ଅନିତା ବେହେରା) କୁହାଯାଉଛି ସମ୍ବିଧାନର ଗୋଟିଏ ଗୋଟିଏ ନିୟମ ସମସ୍ତଙ୍କ ପାଇ ସମାନ, ସେଥିପାଇଁ କୋର୍ଟ ଭିତରେ ତରାଜୁ ଧରି ଜଣଙ୍କ ଆଖିରେ ବନ୍ଧାଯାଇଛି କଳାପଟି । କାରଣ ରହିଛି ଆଇନ ଏବଂ କୋର୍ଟ ସମସ୍ତଙ୍କ ପାଇଁ ସମାନ । ସେ ଧନୀ ହେଉ ଅବା ଗରିବ । ସେ କଳା ହେଉ ଅଭା ଗୋରା । ସେ ଭାରତର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଜଣେ ସାଧରଣ ନାଗରିକ । ଏଭଳି ଭାବରେ ଭାରତକୁ ଦୁର୍ନିତି ଭଷ୍ଟାଚାରରୁ ରକ୍ଷା କରବା ଦିଗରେ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ (ଆର.ଟି.ଆଇ) ପ୍ରଣୟନ କରାଯାଇଥିଲା । ଭରତବର୍ଷରେ ଯେ କୌଣସି ସରକାରୀ କାର୍ଯ୍ୟଳୟରୁ ଜଣେ ସାଧରଣ ନାଗରିକ ତଥ୍ୟ ପାଇବାର ଅଧିକାର ସାବସ୍ତ କରିବା ଏବଂ ଦୂର୍ନିତିରୁ ଦେଶକୁ ସୁରକ୍ଷା ଦେବା ଏହାର ମୂଳ ଲକ୍ଷ୍ୟ ଥିଲା । ହେଲେ ବାସ୍ତବ କ୍ଷେତ୍ରରେ ଏହାକୁ ପ୍ରଣୟନ କରିଥିବା ଉଚ୍ଚଅଧିକାରୀ ଏବଂ ନେତାମନ୍ତ୍ରୀ ମାନେ ଏହାର ଦୁରୁପଯୋଗ କରିବାକୁ ଅଧିକାରୀଙ୍କ ସପକ୍ଷରେ ଛିଡା ହେବା ସହିତ ଅଧିକାରୀ ମାନେ ମଧ୍ୟ ଏହି ଆଇନଙ୍କ ଖୋଲାଖୋଲ ଉଲଙ୍ଗନ କରିଚାଲିଛନ୍ତି । ଅନେକ ସମୟରେ ତଥ୍ୟ ମାଗିଥିବା ବ୍ୟକ୍ତି ମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଧମକ ଦେବା ମିଥ୍ୟ ମକୋଦ୍ଧମା କରିବା ଏବଂ ମାରିବା ଘଟଣା ନଜର ରହିଛି । ହେଲେ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉନାହିଁ ।

ଏଭଳି ଏକ ନଗ୍ନତାର ଉଦାହରଣ ସୃଷ୍ଟି କରିଛ ଯାଜପୁର ଜିଲ୍ଲା । ଏହି ଜିଲ୍ଲାରେ ଜଣେ ସମାଜସେବୀ ଜିଲ୍ଲାରେ ପ୍ରତି ତହସିଲ ଅଧିନରେ ରହିଥିବା ଗୋରଚ, ବସ୍ତିଯୋଗ୍ୟ ଜମି, ଅନାବାଦି ଜମି, ଜଙ୍ଗଲ ଜମି କେତେ ରହିଛି ତାହାର ପରିମାର ବର୍ଷ ଅନୁଯାୟୀ ୨୦୦୦ମସିହାରୁ ତଥ୍ୟ ମାଗିଥିବା ବେଳେ ତହସିଲ ଅଧିନରେ ରହିଥିବା ଭୁମିହୀନଙ୍କ ତାଲିକ ଏବଂ କେତେ ଭୁମିହୀନ ମାନଙ୍କ ପଟ୍ଟା ଯୋଗଦିଆଯାଇଛି ଏବଂ ସର୍ବପରି ଧର୍ମଶାଳା ତହସିଲଦାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ଗ୍ରସ୍ତ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଜାଣିବାକୁ ଚାହିଁଥିଲେ । ଉପଯୁକ୍ତ ଭାବେ ଏଥିନିମନ୍ତେ ଆବେଦନ ଜିଲ୍ଲା କାର୍ଯ୍ୟଳୟରେ କରିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି ପତ୍ର ନଂ ୧୩୦ ଓ ୧୩୨ ତା-୨୨/୨/୨୦୧୯ ମାଧ୍ୟମରେ ସମସ୍ତ ତହସିଲରଦାର ଏବଂ ଧର୍ମଶାଳା ତହସିଲଦାରଙ୍କୁ ସୂଚନା ସଠିକ ଭାବେ ପ୍ରଦାନ କରବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଇତିମଧ୍ୟରେ ମାତ୍ର ଗୋଟିଏ ବ୍ୟସନଗର ତହସିଲ କାର୍ଯ୍ୟଳୟ ପତ୍ର ସଂଖ୍ୟା ୧୬୭୪ ତା ୮/୩/୨୦୧୯ରେ ପକ୍ଷରୁ ମାଗାଯାଇଥିବା ସମସ୍ତ ତଥ୍ୟ ମଧ୍ୟରୁ କେବଳ ୪୩ଜଣଙ୍କୁ ପଟ୍ଟା ଯୋଗଇଦିଆଯାଇଥିବା ଦିଆଯାଇଥିଲା । ଅନ୍ୟ କୌଣସି ତହସିଲ ପକ୍ଷରୁ ଏପ୍ରର୍ଯ୍ୟନ୍ତ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ ।

ଫଳରେ ଏହି ଆଇନର ଖୋଲା ଖୋଲି ଉଲଙ୍ଗନ କରାଯାଉଥିବା ଅଭିଯୋଗ ହେବା ସହିତ ଆଇନକୁ ମାନୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସୂଚନା ଅଧିକାର କର୍ମୀ ମାନଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖାଯିବା ସହିତ ଧର୍ମଶାଳା ବହୁ ଭୁମିହୀନ ମାନେ ତହସିଲ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଏପରକି ତଥ୍ୟ ମିଳୁନଥିବାରୁ ଏବଂ ଭୁଲ ତଥ୍ୟ ଦିଆଯାଉଥିବାରୁ ଏହା ଉପରେ କମିଶନରଙ୍କୁ ଆବେଦନ କରାଯିବ ବୋଲି ତଥ୍ୟ ମାଗିଥିବା ସମାଜସେବୀ ଜଣଙ୍କ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment