ପୂର୍ବତନ ସରପଞ୍ଚଙ୍କ ପୁତ୍ର ବିୟୋଗ

Spread the love

ଯାଜପୁର ୨୨/୦୭ (ସନ୍ଧାନ ନ୍ୟୁଜ୍) -: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଆରୁହା ଗ୍ରାମ ପାଇଁ ଆଜି ଏକ ଦୁଃଖଦ ଦିନ ଥିଲା। କହିବାକୁ ଗଲେ ସତେ ଯେପରି ଦୀପଟିଏ ଲିଭିଗଲା।ଆଜି ଏହି ଗ୍ରାମର ପୂର୍ବତନ ସରପଞ୍ଚ ଖିରୋଦବାଳା ବଳଙ୍କ ପୁତ୍ର ତଥା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା ଶ୍ରୀଯୁକ୍ତ ଦିଲ୍ଲୀପ ବଳଙ୍କର ଦେହାନ୍ତ ହୋଇଛି।
ସୂଚନା ଅନୁଯାୟୀ ସେ କିଛିଦିନ ହେବ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଏକ ଘରୋଇ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ।କିନ୍ତୁ ଗତ କାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ଭୋର୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ପୂର୍ବେ ତାଙ୍କ ଧର୍ମପତ୍ନୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।ଗୋଟିଏ ମାସ ମଧ୍ୟରେ ଆଗ ପଛ ହୋଇ ଗୋଟିଏ ପରିବାରରୁ ଦୁଇ ଦୁଇଟି ଜୀବନ ଦୀପ ଲିଭିଯିବା ଫଳରେ ଗ୍ରାମ ତଥା ଆଖପାଖ ଅଂଚଳରେ ଶୋକର ବାତାବରଣ ଖେଳିଯାଇଛି।
ତାଙ୍କ ପିତା ସ୍ବର୍ଗତଃ ଗୋଲକ ଚନ୍ଦ୍ର ବଳ ଆରୁହା ଗ୍ରାମର ମୁଖିଆ ତଥା ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ ।ପିତାଙ୍କ ପଦାନୁସରଣ କରି ଶ୍ରୀଯୁକ୍ତ ବଳ ମଧ୍ୟ ଗ୍ରାମର ମାନ ମର୍ଯ୍ୟାଦା ସଦା ସର୍ବଦା ରଖିବାକୁ ଚେଷ୍ଟା କରିଥିଲେ। ସ୍ଵାମୀ,,,ପୁତ୍ର,,,ପୁତ୍ର ବଧୁଙ୍କୁ ହରାଇ ଶ୍ରୀମତୀ କ୍ଷୀରୋଦ ବାଳା ବଳ ଏକ ପ୍ରକାର ଭାଙ୍ଗି ପଡିଛନ୍ତି।ପଛରେ ଛାଡ଼ି ଯାଇଛନ୍ତି ତିନୋଟି ସନ୍ତାନ,, ଗୋଟିଏ ଝିଅର ବାହାଘର ହୋଇସାରିଥିବା ବେଳେ ଆଉ ଜଣେ ପୁଅ ଆଉ ଝିଅ ଅଛନ୍ତି।

ଏପରି ଦୁଃଖଦ ଖବର ପାଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ଦୁଃଖର ଛାୟା ଖେଳି ଯାଇଛି। ଧର୍ମଶାଳାର ମାନ୍ୟବର ବିଧ୍ୟାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ମଧ୍ୟ ନିଜ facebook page ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ସେ ଏହା ମଧ୍ୟ ଲେଖିଛନ୍ତି କି ଅତି ସ୍ନେହରେ ସେ ତାଙ୍କୁ ଦିଲ୍ଲୀପ ନନା ବୋଲି ସମ୍ବୋଧନ କରନ୍ତି ଆଉ ସେ ମଧ୍ୟ ତାଙ୍କ ପିତା ସ୍ବର୍ଗତ କଳ୍ପତରୁ ଦାସଙ୍କ ଅତି ପ୍ରିୟ ଥିଲେ।ଏଥିରୁ ଅନୁମାନ କରାଯାଇପାରେ ନିଶ୍ଚିତ ଭାବରେ ତାଙ୍କର ସୁଖ୍ୟାତି ଅନେକ ରହିଥିଲା।ଏଥି ସହିତ ଆରୁହା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ହରିହର ରାଉତ ମଧ୍ୟ ଅନେକ ଦୁଃଖ ପ୍ରକାଶ କରିବା ସହିତ ପରିବାରଙ୍କୁ ଶାନ୍ତ୍ବନା ପ୍ରଦାନ କରିଥିଲେ।
ଶ୍ରୀଯୁକ୍ତ ବଳଙ୍କ ଉଦ୍ଦେଶ୍ୟରେ ଆଜି ସକାଳ ପ୍ରହର ଆରୁହା ବଜାରକୁ ବନ୍ଦ ରଖାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

Related Posts

About The Author

Add Comment