ଆମେରିକାରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ୭୦ ପାକିସ୍ତାନୀଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ଘରକୁ ପଠାଇଦେଲା ଆମେରିକା

Spread the love

ଇସ୍ଲାମାବାଦ, ୧୬/୫ (ସନ୍ଧାନ ନିୟୁଜ): ଆମେରିକାରେ ବେଆଇନ ଭାବେ ରହୁଥିବା ଓ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୦ ଜଣ ପାକିସ୍ତାନୀଙ୍କୁ  ପାକିସ୍ତାନ ପଠାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ପାକିସ୍ତାନ ପଠାଇଦିଆଯିବ । ଏସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ସୂଚନା ଦେଇଛନ୍ତି ।

ଏହି ପାକିସ୍ତାନିମାନଙ୍କ ବିରୋଧରେ ଆମେରିକାରେ ବେଆଇନ କାର୍ଯ୍ୟକଳାପ, ଇମିଗ୍ରେସନ ସଂପର୍କିତ ନିୟମ ଉଲ୍ଲଙ୍ଘନ, ନିଶାଦ୍ରବ୍ୟ ଚାଲାଣ ଆଦି ଗୁରୁତର ଅପରାଧ ମାମଲା ଚାଲିଛି ।

ଗତ ମାସରେ ପାକିସ୍ତାନ ଉପରେ ଆମେରିକାର ଅବୈଧ ନାଗରିକ ସମ୍ପର୍କୀୟ ଆଇନ ଲାଗୁ କରିଥିଲା । ଏହି ଆଇନ ଅନୁସାରେ, ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ଓ ଭିସା ଅବଧି ଶେଷ ହେବା ପରେ ମଧ୍ୟ ନିଜ ନାଗରିକଙ୍କୁ ଯେଉଁ ଦେଶ ନେବାକୁ ମନା କରୁଛି, ତାଙ୍କ ନାଗରିକଙ୍କୁ ଆମେରିକୀୟ ଭିଜା ଦିଆଯିବ ନାହିଁ। ପାକିସ୍ତାନ ଆମେରିକାର ଏହି ଆଇନର ଅବହେଳା କରି ନିଜ ନାଗରିକଙ୍କୁ ନେବା ପାଇଁ ମନା କରିଦେଇଛି। ଯାହାପରେ ଆମେରିକା ଏହି ପଦକ୍ଷେପ ନେଇଛି ।

Related Posts

About The Author

Add Comment