ଆବାସ ଯୋଜନାରେ ଅର୍ଥ ହେରଫେର୍ ଅଭିଯୋଗରେ କିରାଣିଙ୍କ ଘରେ ଚଢାଉ, ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ମିଳିଥିବା ସୁଚନା

Spread the love
  •  
  •  
  •  
  •  
  •  
ବାଲେଶ୍ୱର, ସେପ୍ଟେମ୍ବର 13 (ସନ୍ଧାନ ନିଉଜ) ରାଜ୍ୟରେ ଦିନକୁ ଦିନ ଦୁର୍ତୀତି ବଢିଚାଲୁଥିବା ବେଳେ ପ୍ରତିଦିନ ଏପରି ଖବର ଆସୁଛି ତଥାପି ରାଜ୍ୟ ସରକାର କୌଣସି ପ୍ରକାର କଡ଼ା ନିଷ୍ପତି ଗ୍ରହଣ କରୁନାହାନ୍ତି । ଫଳରେ ଅତି ଗରିବ ଶ୍ରେଣୀର ଲୋକମାନେ ଏହାର ଫଳ ଭୋଗ କରୁଛନ୍ତି ।

 ଏହାରି ଭିତରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣିଙ୍କ ଘରେ ଚଢାଉ ହୋଇଛି ।ଆବାସ ଯୋଜନାରେ ବ୍ୟାପକ ଅର୍ଥ ହେରଫେର୍ ଅଭିଯୋଗରେ ଏହି ଚଢାଉ କରାଯାଇଛି ।

୨୦୧୭ ରୁ ୧୮ ଅର୍ଥାତ ବର୍ଷେ ମଧ୍ୟରେ ତିହିଡ଼ି ବ୍ଲକ୍‌ରେ ଥିବା ବେଳେ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ପରେ ତାଙ୍କୁ ୨ଦିନ ତଳେ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଥିବା ସୁଚନା ମିଳିଛି । ଏହା ପରେ ବାସୁଦେବପୁର ବ୍ଲକ୍ ମୁଖ୍ୟ କିରାଣି ପ୍ରଭାକର ପ୍ରଧାନଙ୍କ ଘରେ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ରେଡ଼୍ ହୋଇଛି ।

ଫଳରେ ବାଲେଶ୍ୱର ରାଣୀପାଟଣା ଘର ସମେତ ତାଙ୍କର ଅନ୍ୟ ୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ବର୍ତ୍ତମାନ ଯାହା ସୁଚନା ମିଳିଛି ତାଙ୍କ ଘରୁ ଏକାଧିକ ଟଙ୍କା ସହ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ମିଳିଥିବା ସୁଚନା ରହିଛି ।

Related Posts

About The Author

Add Comment