‘ଆନୁଆଲ୍‌ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ-୨୦୧୯’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ପୁତିନ

Spread the love

ନୂଆଦିଲ୍ଲୀ, ୭/୧ (ସନ୍ଧାନ ନିୟୁଜ)  : ରୁଷିଆର ଭ୍ଲାଦିଭୋସ୍ତକଠାରେ ଆୟୋଜିତ ହେବାକୁ ଥିବା ‘ଆନୁଆଲ୍‌ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ-୨୦୧୯’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ରାଷ୍ଟ୍ରପତି  ଭ୍ଲାଦିମିର ପୁତିନ ନିମନ୍ତ୍ରଣ ଦେଇଛନ୍ତି। ସେ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍‌ ଯୋଗେ ନିମନ୍ତ୍ରଣ କରିଥିବା ଜାଣିବାକୁ ମିଳିଛି।

ଫୋନ୍‌ରେ ବାର୍ତ୍ତାଳାପ ସମୟରେ ପୁତିନ ଭାରତ ଓ ରୁଷ୍‌ ମଧ୍ୟରେ ଅର୍ଥନୀତି ତଥା ଦ୍ୱିପାକ୍ଷିକ ଭାଗିଦାରିତା ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଦୁଇ ରାଷ୍ଟ୍ରର ନେତା  ବ୍ୟାଣିଜ୍ୟ ସଂପର୍କର ବିକାଶ ଓ ଆତଙ୍କବାଦୀମାନଙ୍କୁ ମୁକାବିଲା କରିବା ପାଇଁ ମଧ୍ୟ ଆଲୋଚନା କରିଥବା ସୂଚନା ରହିଛି। ଏହା ବ୍ୟତୀତ ରହିଥିବା ଅନ୍ୟ ସବୁ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଦୁଇ ନେତା ହାତ ମିଳାଇଛନ୍ତ। ସବୁକିଛି ପରେ ଚଳିତବର୍ଷ ଏପ୍ରିଲ୍‌ କିମ୍ବା ମେ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପୁତିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବି ଜାଣିବାକୁ ମିଳିଛି।

Related Posts

About The Author

Add Comment