ଆଦିବାସୀ ଜୀବନ ଜୀବିକାର ବିକାଶ ଓ ସୁରକ୍ଷା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିବ ଜାମଦାର ଭାଦୁସାହି-ଗିରିଆ ମୁଖ୍ୟମନ୍ତ୍ରୀ ସଡକ

Spread the love

ବହଳଦା, ୧୧/୧୦ (ସନ୍ଧାନ ନ୍ୟୁଜ୍) :-  ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ଓ ସ୍ଥାନୀୟ ଆଦିବାସୀଙ୍କ ଅନେକ ଦିନର ସ୍ୱପ୍ନ ଦାବି ଓ ପ୍ରତୀକ୍ଷାର ଅନ୍ତ ପରେ ସାକାର ହୋଇଛି ଜାମଦା ବ୍ଲକର ଗିରିଆକୁ ସବୁଦିନିଆ ପିଛା ପକ୍କା ସଡକ -ନିର୍ମାଣର ସ୍ୱପ୍ନ। ଉଲ୍ଲେଖ ଥାଉକି ସୁଣ୍ଡଳ-କଟୁପିଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ସଫଳତାର ସହ ନିର୍ମାଣକରି ଯେଭଳି କଟୁପିଟି ଭଳି ଦୁର୍ଗମ ଅଞ୍ଚଳକୁ ଉନ୍ନୟନର ମୁଖ୍ୟସ୍ରୋତ ସହ ସାମିଲ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସଫଳ ପ୍ରୟାସ କରିଥିଲା; ଠିକ ସେହିଭଳି ଜାମଦା ବ୍ଲକର କାଶ୍ମୀର ବୋଲି ସ୍ଥାନୀୟ ଲୋକେ ଅଭିହିତ କରୁଥିବା ଗରିଆ ଭଳି ବଣପାହାଡ ଘେରା ଜଙ୍ଗଲୀ ମୂଲକକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁଦିନିଆ ସଡ଼କ ନିର୍ମାଣ କରି ଗିରିଆକୁ ପ୍ରଗତିର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ରାଇରଙ୍ଗପୁର ଡିଭିଜନ ଓ ବହଳଦା ସବଡିଭିଜନ (ରାଇରଙ୍ଗ ପୁର-9) ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ ଉକ୍ତ ସଡକର ନିର୍ମାଣ କାର୍ଯ୍ୟ ଗତ ୨୦୧୮ ଅଗଷ୍ଟ ମାସ୨୯ରୁ ଆରମ୍ଭ ହୋଇଥିଲା । ଗତ ମାର୍ଚ୍ଚରେ ତାହା ସଂପୂର୍ଣ୍ଣ ହୋଇଛି । ଜାମଦା ବ୍ଲକର ସଦରମହକୁମା ଜାମଦାରୁ ପ୍ରାୟ ସାତ କିମି ଦୂରରେ ଗିରିଆ ଭଳି ବଣପାହାଡଘେରା ଦୁର୍ଗମ ଗ୍ରାମ : ବସ୍ତିକୁ ଏହା ଭାବୁସାହି ବାଟଦେଇ ଯୋଡିବା ସହ ଗିରିଆକୁ ପ୍ରଗତିର ମୁଖ୍ୟସ୍ରୋତରେ ସାମିଲ କରିବ । ଜାମଦା ବ୍ଲକର ଭାଦୁସାହି ବାଟଦେଇ ଗିରିଆକୁ ସଂଯୋଗ କରୁଥିବା ଏହି ୫୭୫୬ ମିଟର ବ୍ୟାପୀ ଆରଡି ସଡକ ଗିରିଆକୁ ସବୁ ଦିନିଆ ପିଚୁ କଂକ୍ରିଟ ରାସ୍ତା ମାଧ୍ୟମରେ ଜାମଦାକୁ ଯୋଡିବା ସହ ଗିରିଆକୁ ଉନ୍ନୟନର ମୁଖ୍ୟସ୍ରୋତରେ ସାମିଲ କରିବ । ମୋଟ ପ୍ରାୟ ୨କୋଟି ୫୩ ଲକ୍ଷ ୧୬ହଜାର୨୧୯ ଟଙ୍କା ବ୍ୟୟରେ ନିର୍ମିତ ଏହି ସଡକର ୩୯୮୭ ମିଟର ଅଂଶ ପିଚୁ ହୋଇଥିଲା ବେଳେ ବାକି ୧୭୬୧ମିଟର ଅଂଶରେ କଂକ୍ରିଟ ଢଳେଇ ପକ୍କା ରାସ୍ତା ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି କଲଭର୍ଟ ରହିଛି । ଜାମଦା ବ୍ଲକର ଭାଦୁସାହି-ଗିରିଆ ଆରଡି ରୋଡ( ମୁଖ୍ୟମନ୍ତ୍ରୀ ସଡକ) ଅନ୍ଧାରୀ- ମୁଲକ ତଥା ଦୁର୍ଗମ ଗ୍ରାମ ଗିରିଆର ବିକାଶ ସାଙ୍ଗକୁ ସଂପୃକ୍ତ ବଣମୁଲକଘେରା ଇଲାକାକୁ ପ୍ରଗତିର ମୂଳସ୍ରୋତ ସହ ଯୋଡିବାରେ ଆଗାମୀ ଦିନରେ ସହାୟକ ସାବ୍ୟସ୍ତ ହେବାର ଆଶା କରାଯାଉଛି । ସ୍ୱାଧୀନତାର ଦୀର୍ଘ ପ୍ରାୟ ତେସ୍ତରୀ ବର୍ଷ ପରେ ନିର୍ମିତ ଏହି ସଡକ ଆଗାମୀ ଦିନରେ ଗିରିଆର  ସ୍ଥାନୀୟ ଲୋଙ୍କ ଜୀବନ ଜୀବିକାର ବିକାଶ ଓ ସୁରକ୍ଷା ଦିଗରେପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସ୍ଥାନୀୟ ବରିଷ୍ଠ ସାମାଜିକ କର୍ମୀ ସୁବାସ ମଣ୍ଡଳ ମତବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment