ଯାଜପୁର, ୦୯/୦୬/୨୦ (ସନ୍ଧାନ ନିଉଜ) : ଯାଜୁପର ବ୍ଲକ୍ ଅନ୍ତଃର୍ଗତ ଛତିଶ ଦେବିଲ ଗ୍ରାମ ପଞ୍ଚାୟତ ଭାବଗ୍ରାହୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଧାରୀ ବିଶ୍ୱାଳଙ୍କ ରବିବାର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କିଡ୍ନୀ ରୋଗରେ ପୀଡିତ ଥିଲେ । ନିକଟରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ଘାତ ହେବା ଯୋଗୁଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପରେ ସ୍ୱର୍ଗତ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର ତାଙ୍କ ନିଜ ଗ୍ରାମ ରିସିପୁରରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଚାକିରୀ ଜୀବନର ଆରମ୍ଭରୁ ଶେଷଯାଏ ଗୋଟିଏ ସ୍କୁଲ୍ରେ କାମ କରି ସେ ଗିରୀଧାରୀ ସାର୍ଙ୍କ ନାମରେ ଉଭୟ ଛାତ୍ର ଓ ଯାଜପୁର ଶିକ୍ଷକଙ୍କ ମହଲରେ ପରିଚିତ ଥିଲେ । ସ୍ୱର୍ଗତ ଗିରିଧାରୀ ସାର୍ଙ୍କର ପତ୍ନୀଙ୍କ ବ୍ୟତୀତ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି । ସାନପୁଅ ଅମ୍ବରୀଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ୍, ପ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ଶରତ କୁମାର ଜେନା, ଛତିଶ ଦେବିଲ ସରପଞ୍ଚ ଅଶ୍ୱିନ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଗୋପାଳ ବିଶ୍ୱାଳ, ସମିତି ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସହ ଅନେକ ଶିକ୍ଷାବିତ୍ ତାଙ୍କ ମୃତୁ୍ୟରେ ଶୋକପ୍ରକାଶ କରିଛନ୍ତି । ଗିରୀଧାରୀ ସାର୍ଙ୍କ ବିୟୋଗରେ ଯାଜପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଆଦର୍ଶ ଶିକ୍ଷକଙ୍କ ପରଲୋକ
|
June 9, 2020 |



