,କୋରାପୁଟ ୨୧/୧/୨୦୨୧(ସନ୍ଧାନ ନିଉଜ) ଆତ୍ମସଚେ ତନତା ତଥା ସେବା ମନୋବୃତ୍ତି ଏବଂ ଆଦର୍ଶତାର ଅନ୍ତଃ ପ୍ରବେଶ ଦ୍ୱାରା ବିକାଶ ସମ୍ଭବ,କିଛି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, କୋରାପୁଟ ଶାଖାର ପ୍ରଥମ ଇ ପାଠ୍ୟଚକ୍ର ରେ । ଏହି କାର୍ଯ୍ୟକ୍ରମ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ବୁଧବାର ସଂଧ୍ୟା ୬.୦୦-୭.୦୦ ଅନୁଷ୍ଠିତ ହେଇଯାଇଛି ଯାହାର ଶୀର୍ଷକ ଥିଲା, ” କୋରାପୁଟରେ ବିକାଶର ଚିତ୍ର ଏବଂ ସମ୍ଭାବନା” । ଏଥିରେ ମୁଖ୍ୟବକ୍ତାଋପେ ଜୟପୁର ର ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଶ୍ରୀନାଥ ମିଶ୍ର । ସେ ତାଙ୍କ ଅଭିଭାଷଣରେ କୋରାପୁଟରେ ବିକାଶର ଚିତ୍ର, ନିୟୋଜନର ଅଭାବ,ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗର ଅସୁବିଧା ତଥା ଖଣିଜ ସମ୍ପଦ ଏବଂ ଜଙ୍ଗଲଜାତ ଦ୍ରବ୍ୟ ମାନଙ୍କର ସୁପରିଚାଳନା ତଥା ଦେଓମାଳିରେ ପର୍ବତାରୋହଣ ତାଲିମ ତଥା ହାଲ୍,ସୁନାବେଡାରେ ପାଇଲଟ୍ ଟ୍ରେନିଂ କେନ୍ଦ୍ର ସ୍ଥାପନ ଭଳି ପ୍ରସ୍ତାବମାନ ପ୍ରଦାନ କରିଥିଲେ ।ଯୁବ ଗୋଷ୍ଠି ରାଜନୈତିକ ପଶାପାଲିରେ ଅର୍ଦ୍ଧଶିକ୍ଷିତ ଭଳି କାର୍ଯ୍ୟକରୁଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ସ୍ଥୂଳ ବିକାଶ ବଦଳରେ ସୁକ୍ଷ୍ମ ତଥା ସର୍ବାଙ୍ଗୀନ ବିକାଶ ନିମନ୍ତେ ମତ ବାଢିଥିଲେ । କାର୍ଯ୍ୟକ୍ରମରେ ସେମିଳିଗୁଡା କଲେଜର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ତଥା ସମାଜସେବୀ ଡ. ଝାନସୀ ସିଂହ ବିଷୟଟିର ପ୍ରସ୍ତାବନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନୁଷ୍ଠାନର ରାଜ୍ୟ ସାଧାରଣ ସମ୍ପାଦକ ତଥା ରେଭେନ୍ସା ମହାବିଦ୍ୟାଳୟର ପ୍ରଫେସର ଡ. ଚିତ୍ତରଞ୍ଜନ ନାୟକ ସମାପ୍ତ ଟିପ୍ପଣୀ ପ୍ରଦାନ କରିବା ସହ ବିକାଶ ତଉଲିବାର ବିଭିନ୍ନ ପନ୍ଥା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ସ୍ଥଳେ ଶେଷରେ ଅନୁଷ୍ଠାନର ମେଡିଅ ସେଲ୍ ପ୍ରମୁଖ ତଥା ତାରାଭଟା କଲେଜ ଓଡିଆ ଅଧ୍ୟାପକ ଶ୍ରୀ ସରୋଜ ପ୍ରହରାଜ ଶାନ୍ତିପାଠ କରିଥିଲେ। ବିବେକାନନ୍ଦ ଯୁବ ସଂସଦର ଜିଲ୍ଲା ସଂଯୋଜକ ତଥା ହର୍ଷ ଟ୍ରଷ୍ଟରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଶ୍ରୀ ରଘୁନାଥ ପଣ୍ତା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।ପ୍ରତିମାସ ୨୦ ତାରିଖ ସଂଧ୍ୟା ୬.୦୦-୭.୦୦ ମଧ୍ୟରେ ପ୍ରଗତିର ସ୍ୱର ଶୀର୍ଷକରେ ଏଭଳି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଅନୁଷ୍ଠାନର ଲୋକସଂସଦର ସଂଯୋଜକ ତଥା କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରାମର୍ଶଦାତା ଋପେ କାର୍ଯ୍ୟରତ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି
ଆତ୍ମଚେତନାରେ ବିକାଶ ସମ୍ଭବ* ପ୍ରଥମ ଇ-ପାଠଚକ୍ର ଅନୁଷ୍ଠିତ
|
January 21, 2021 |
