ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ ; ୪ ଯବାନ ଆହତ
ଶ୍ରୀନଗର,୪/୯ (ସନ୍ଧାନ ନିୟୁଜ) : ଜାମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୪ଜଣ ଅର୍ଦ୍ଧସାମରିକ ବାହିନୀ ଯବାନ ଆହତ ହୋଇଛନ୍ତି। ମଙ୍ଗଳବାର ସିଆର୍ପିଏଫ୍ର ଏକ ପହରାଦାର ଦଳ ଉପରକୁ ଅଜ୍ଞାତ ଆତଙ୍କବାଦୀମାନେ ଏହି ଗ୍ରେନେଡ ଫିଙ୍ଗିଥିଲେ। ଏଥିରେ ୪ଜଣ ଯବାନ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ଜଣେ ଯବାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଯବାନମାନେ ସାମାନ୍ୟ ଆହତ ପାଇଛନ୍ତି। ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ତେବେ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇନାହିଁ।
Related Posts
About The Author