ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହୀଦ

Spread the love

ଭୁବନେଶ୍ୱର,୧୮/୬ (ସନ୍ଧାନ ନିୟୁଜ) ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନାବାହିନୀ ପକ୍ଷରୁ ଫୋନ ଯୋଗେ ଅଜିତ୍ ଙ୍କ ବାସଭବନକୁ ସୂଚନା ଦିଆଯାଇଛି। ଆଜି ଭୋରୁ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚିରହିଥିବା ଖବର ମିଳିବା ପରେ ସେନାବାହୀନି ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନାବାହୀନି ଉପରକୁ ଗୁଳିମାଡ କରିଥିଲେ। ଉଭୟ ପକ୍ଷର ଗୁଳି ବିନିମୟରେ ଘଟଣାସ୍ଥଳରେ ମେଜର କେତନ ଶର୍ମା ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିସ୍ଥାଧିନ ଅବସ୍ଥାରେ ଓଡିଆ ଯବାନ ଅଜିତ୍ ଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସହୀଦ ଜବାନଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳ ଗ୍ରାମରେ। ଅଜିତ୍ ୨୦୧୫ ମସିହାରେ ଭାରତୀୟ ସେନାବାହୀରେ ଯୋଗ ଦେଇଥିଲେ। ଆଜି ତାଙ୍କର ପାର୍ଥିବ ଶରୀର ବାସଭବନରେ ପହଞ୍ଚିବାର ସୂଚନାମିଳିଛି। ସୂଚନାଯୋଗ୍ୟ- ସୋମବାର ସକାଳୁ ବାପାଙ୍କୁ ଫୋନ୍ କରିଥିଲେ ଅଜିତ୍। ମାଆଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ। ବାପାଙ୍କୁ କହିଥିଲେ, ମାଆଙ୍କୁ ତୁରନ୍ତ ଡାକ୍ତରଙ୍କୁ ଦେଖାଅ। ଆଉ ପୁଅକୁ ବାପା କହିଥିଲେ, କାଶ୍ମୀରରେ ଅଧିକ ଥଣ୍ଡା, ଜାଗ୍ରତରେ ରହିବୁ। ହେଲେ ତାପରଦିନ ସକାଳୁ ଘରେ ପହଁଞ୍ଚିଥିଲା ପୁଅ ସହିଦ ହେବାର ଖବର। ଆଉ ତାପରେ ସ୍ତବ୍ଧ ହୋଇଯାଇଛି ପରିବାର ଚାରିଆଡେ କାନ୍ଦବୋବାଳି। ମାଆ ଆଖିରୁ ଲୁହ ଶୁଖୁନି। ବାପା ହତବାକ୍। ପୁଅ, ଦେଶ ପାଇଁ ଜୀବନ ଦେଇଛି ସତ, ହେଲେ ବାପା-ମାଆ ମନ କଣ ବୁଝୁଛି।

odiapua

Related Posts

About The Author

Add Comment