ଯାଜପୁର ସଦର,୨୪/୦୮(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜୟସୁଙ୍ଗୁଡ଼ା ଗ୍ରାମରେ ଥିବା ଆଖୁଆନାଳ ଉପରେ ପକ୍କାପୋଲ କରାଯିବା ପାଇଁ ଗ୍ରାମବାସୀମାନେ ଗଣମାଧ୍ୟମରେ ଦାବିକରିବା ନିମନ୍ତେ, ଘଟଣାରୁ ପ୍ରକାଶ ଯେ ଏହି ନାଳ ଉପରେ ନିର୍ଭର କରୁଥିବା ୫ଟି ପଞ୍ଚାୟତର ଲୋକମାନଙ୍କର ସେମାନଙ୍କର ଅପର ପକ୍ଷରେ ଚାଷଜମି ରହିଥିବାରୁ ସେମାନେ ଏହି ଅସ୍ଥାଇ ପୋଲ ଉପରେ ଯାତାୟତ କରନ୍ତି । ପ୍ରଳୟଙ୍କରି ବାତ୍ୟାରେ ଏହି ପୋଲଟି ଭାସିଯିବାରୁ ଜୟସୁଙ୍ଗୁଡ଼ା ଗ୍ରାମର ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବରୀ ବିଧାୟୀକା ସୁନନ୍ଦା ଦାସ ଏହି ଆଖୁଆ ନାଳକୁ ପରିଦର୍ଶନରେ ଆସିଥିବା ବେଳେ ଗ୍ରାମବାସୀମାନେ ଏହିନାଳ ଉପରେ ପକ୍କାପୋଲ କରିବାପାଇଁ ବିଧାୟୀକାଙ୍କ ନିକଟରେ ଏ ଅଞ୍ଚଳର ଗ୍ରାମବାସୀ ଓ ବରିଷ୍ଠନାଗରିକ ମାନେ ଦାବି କରିଥିଲେ । ବିଧାୟୀକା ଶ୍ରୀମତୀ ଦାସ ଏଠାରେ ସ୍ଥାୟୀପକ୍କା ପୋଲ କରିବା ପାଇଁ ପ୍ରତିଶୃତି ଦେଥିଲେ । ଦୀର୍ଘ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲରେ ଚିହ୍ନ ବର୍ଣ୍ଣ ନଥିବା ଦେଖିବାକୁ ମିଳିଛି । ଏହି ଜୟସୁଙ୍ଗୁଡ଼ା ଗ୍ରାମନିକଟରେ ଶୈବପୀଠ ବାବା ସ୍ୱପ୍ନେଶ୍ୱର ମନ୍ଦିର ରହିଥିବା ବେଳେ କରୋନା ନିୟମ ପରିଶରରେ ରହି ଭକ୍ତମାନେ ବାବା ସ୍ୱପ୍ନେଶ୍ୱରଙ୍କୁ ଦର୍ଶନ କରନ୍ତି । ପୂର୍ବତନ ସମିତି ସଭ୍ୟ ଶତୃଘ୍ନ ସହାଣୀଙ୍କ ଉଦ୍ୟମରେ ଏକ ବାଉଁଶପୋଲ ଏହି ନାଳ ଉପରେ ନିର୍ମାଣ କରାଯାଇଥିଲା । ସ୍ୱପ୍ନେଶ୍ୱରଙ୍କୁ ଦର୍ଶନ କରିବାପାଇଁ ୧୦ ଟି ପଞ୍ଚାୟତର ଗ୍ରାମବାସୀମାନେ ମନ୍ଦିରକୁ ଆସିବାପାଇଁ ପୋଲଉପରେ ନିର୍ଭର କରନ୍ତି । ଏହି ପଞ୍ଚାୟତ ଗୁଡ଼ିକ ହେଲା ବଡ଼ବାଲିକୁଦା, ଅରାବଳ, ଜନକ, ବରପଦା, ତାଳୁଆ, ମହନପୁର, ଆଖୁଆକୁଳ, ସାନବାଲିକୁଦା ଏହି ଗ୍ରାମର ଗ୍ରାମବାସୀମାନେ ସ୍ୱପ୍ନେଶ୍ୱରଙ୍କୁ ଦର୍ଶନ କରିବାରେ ଏହି ଆଖୁଆନାଳ ଉପରେ ନିର୍ଭର କରନ୍ତି ଓ ଏହି ଗ୍ରାମବାସୀମାନଙ୍କର ଅପରପକ୍ଷରେ ଚାଷ ଜମି ରହିଥିବା ବେଳେ ବର୍ଷାଋତୁ ସମୟରେ ଚାଷୀମାନେ ବହୁତ ଅସୁବିଧାରେ ଯାତାୟତ କରନ୍ତି । ଏହି ଦିଗରେ ସ୍ଥାନୀୟ ବିଧାୟୀକା ଜିଲ୍ଲାପାଳ ପୁର୍ତ୍ତବିଭାଗରେ କନିଷ୍ଠଜନ୍ତ୍ରୀ ଦୃଷ୍ଟି ଦେବାସହିତ ଏହି ପୋଲଉପରେ ପକ୍କାପୋଲ ନିର୍ମାଣ କରିବା ପାଇଁ ଜନସାଧାରଣ ଓ ଚାଷୀମାନଙ୍କ ପକ୍ଷରୁ ସ୍ଥାନୀୟ ବିଧାୟୀକା ଦୃଷ୍ଟିଦେବା ଦାବି ହେଉଛି ।
ଆଖୁଆନାଳ ଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି
|
August 24, 2021 |