ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଓଡିଶାକୁ ଅଗ୍ରୀମ ୫୦୦ କୋଟି ସହାୟତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Spread the love

– ମୋଦି ସରକାର ଅତୀତରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ଛିଡା ହୋଇଛନ୍ତି
– ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, ୨୨/୦୫ (ସନ୍ଧାନ ନିଉଜ)  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ଆକାଶମାର୍ଗରୁ ବାତ୍ୟା ଅମ୍ଫନ ଦ୍ୱାରା ପାଖାପାଖି ୨ ଘଂଟାରୁ ଉର୍ଦ୍ଧ୍ୱ ସମୟ ପ୍ରଭାବିତ ଅଂଚଳ ବୁଲି ଦେଖିବା ପରେ ଭୁବନେଶ୍ୱର ଏୟାରପୋର୍ଟ ଠାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତିା

ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶା ପାଇଁ ଅଗ୍ରୀମ ୫୦୦ କୋଟି ଟଙ୍କା ସହୟତା ରାଶି ଘୋଷଣା କରିଥିବା ବେଳେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏହି ଅର୍ଥ ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ଓ ପୁନଃଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛିା ଅପରପକ୍ଷରେ ଓଡିଶାରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ। ବିସ୍ତୁତ ସର୍ବେକ୍ଷଣ କରାଯିବା ପରେ ଅମ୍ଫନ ପରବର୍ତ୍ତୀ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତ ସରକାର ଓଡିଶା ସରକାରଙ୍କୁ ସହଯୋଗ କରିବେ ଏବଂ ଏହି ସଙ୍କଟରୁ ବାହାରିବା ପାଇଁ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବେ।

ଅତୀତରେ ମୋଦି ସରକାର ବିଶେଷଭାବରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ସର୍ବଦା ଛିଡା ହୋଇଛନ୍ତି। ଆମର ଓଡିଆ ଲୋକମାନେ ସର୍ବଦା ନିର୍ଭୀକ ଭାବରେ ବିପଦକୁ ସମ୍ମୁଖୀନ କରୁଛନ୍ତି ଓ ଏଭଳି ସଙ୍କଟକୁ ଦୂର କରିବା ପାଇଁ ଧୈର୍ଯ୍ୟ ଓ ସାହାସର ସାମ୍ନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଜ୍ୟର ପୁନଃଉଦ୍ଧାର ଓ ପୁନଃଗଠନ ସହିତ ଜଡିତ ସମସ୍ତ ଦିଗରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଓଡିଶାର ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲା ଗୁଡିକର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏଥିରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏଥିରେ ସାମିଲ ହୋଇଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

Related Posts

About The Author

Add Comment