ଆଇପିଏଲ୍‌: ୧୧ ବର୍ଷ ପରେ ଦିଲ୍ଲୀ ଟିମ୍‌କୁ ଫେରିବେ ଶିଖର ଧାଓ୍ଵନ!

Spread the love

ନୂଆଦିଲ୍ଲୀ୩୧/୧୦(ସନ୍ଧାନ ନିୟୁଜ) : ଭାରତୀୟ ଟିମ୍‌ର ଅନ୍ୟତମ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପଦାର୍ପଣର ୧୧ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଡେୟାରଡେଭିଲସ୍‌କୁ ଫେରି ପାରନ୍ତି। କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ୩ ଖେଳାଳି- ବିଜୟ ଶଙ୍କର, ଅଭିଷେକ ଶର୍ମା ଏବଂ ଶାହବାଜ ନଦୀମଙ୍କ ବଦଳରେ ଶିଖର ଧାଓ୍ଵନଙ୍କୁ ନେଇପାରେ।

ଧାଓ୍ଵନ ଗତ କିଛି ବର୍ଷ ହେବ ହାଇଦ୍ରାବାଦ ସନରାଇଜର୍ସ ସହିତ ଖେଳୁଛନ୍ତି। ଫ୍ରାଞ୍ଚାଇଜ ଗତ ବର୍ଷ ତାଙ୍କ ପାଇଁ ୫.୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କୁହାଯାଉଥିଲା ଯେ, ଧାଓ୍ଵନ ଏଥିରେ ସନ୍ତୁଷ୍ଟ ନଥିଲେ। ଏହି କାରଣରୁ ହାଇଦ୍ରାବାଦ ତାଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି।

ଶଙ୍କର, ନଦୀମ ଏବଂ ଅଭିଷେକଙ୍କୁ ଦିଲ୍ଲୀ ମୋଟ ୬.୯୫ କୋଟି ଟଙ୍କାରେ କିଣିଥିଲା। ଏବେ ଏହି ୩ଜଣ ଖେଳାଳିଙ୍କୁ ନେବା ପାଇଁ ହାଇଦ୍ରାବାଦକୁ ବାକି ରାଶି ଦିଲ୍ଲୀକୁ ଦେବାକୁ ହେବ। ଶିଖର ଧାଓ୍ଵନ ଦିଲ୍ଲୀ ପାଇଁ ୨୦୦୮ ସଂସ୍କରଣରେ ଖେଳିଥିଲେ। ଏହା ପରେ ସେ କିଛି ବର୍ଷ ପାଇଁ ମୁମ୍ବାଇରେ ଖେଳିଥିଲେ। ଏବଂ ଶେଷରେ ଡେକାନ ଚାଜର୍ସ ଆସି ସନରାଇଜର୍ସ ହାଇଦ୍ରାବାଦ ସହିତ ଜଡ଼ିତ ରହିଲେ।

Related Posts

About The Author

Add Comment