ଆଇଜିଏଚରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ପ୍ଲାଜମା ଦାନ ଦ୍ୱାରା ୨ଜଣଙ୍କୁ ମିଳିବ ନୂଆ ଜୀବନ: ରାଉରକେଲା ବିଧାୟକ

Spread the love

ରାଉରକେଲା,୩୧/୭ (ସନ୍ଧାନ ନ୍ୟୁଜ): ଆଜି ଶୁକ୍ରବାର ସଂଧ୍ୟା ପ୍ରାୟ ୫ଟା ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାର ସେକ୍ଟର-୧୯ ସ୍ଥିତ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ( ଆଇଜିଏଚ)ରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ ଭିଡ଼ିଓ କନଫେରନସ ଜରିଆରେ ଉଦଘାଟନ କରିଛନ୍ତି । ଉକ୍ତ ପ୍ଲାଜମା ବ୍ୟାଙ୍କ କରୋନା ରୋଗୀଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ଆଜି ଉଦଘାଟନ ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଉଦଘାଟନ ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ଅବସରରେ କହିଲେଯେ, ମିନି ଇଣ୍ଡିଆ ରାଉରକେଲାରେ କରେନାରେ ସୁସ୍ଥ ବସ୍ତି ବାସିନ୍ଦା ମାନେ ମଧ୍ୟ ପ୍ଲାଜମା ଦାନ କରିବାକୁ ଆଗ୍ରହୀ । ଜଣେ ନିଜର ପ୍ଲାଜମା ଦାନ କରି ଦୁଇ କରୋନା ରୋଗୀଙ୍କ ଜୀବନ ବଂଚାଇ ପାରିବ ବୋଲି ବିଧାୟକ ସାରଦା ନାୟକ ଦୃଢୋକ୍ତିର ସହ ପ୍ରକାଶ କରିଥିଲେ । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ୧୫ ଜଣ ସୁସ୍ଥ କରୋନା ରୋଗୀ ପ୍ଲାଜମା ଦାନ କରିବାକୁ ଆଗ୍ରହୀ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ କଟକର ଏସିବି ମେଡ଼ିକାଲ ଓ ଭୁବନେଶ୍ୱରର ସମ ହସ୍ପିଟାଲରେ ପ୍ଲାଜମା ଥେରାପି ଉଦଘାଟିତ ହୋଇଥିଲା । ପ୍ରକାଶ ଥାଉକି, ସୁନ୍ଦରଗଡ଼ ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୨୯୩ ଛୁଇଁ ସାରିଥିବା ବେଳେ ରାଉକେଲାରେ କରୋନା ବଢିବାରେ ଲାଗିଛି । ଏହି ପ୍ଲାଜମା ବ୍ୟାଙ୍କ ରାଉରକେଲାବାସୀଙ୍କ ସମେତ ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କୋଇଡ଼ା, ବଣାଇଁ ତଥା ପଡୋଶୀ ଜିଲା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଆଦି ଜିଲାର କରୋନା ରୋଗୀଙ୍କ ଲାଗି କାମରେ ଆସି ପାରିବ । କରୋନା ଗାଇଡ଼ ଲାଇନକୁ ମାନି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚରେ) ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ଆଇଜିଏଚର ନିର୍ଦ୍ଦେଶକ, ବରିଷ୍ଠ ଡାକ୍ତରଙ୍କ ସମେତ ନର୍ସ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment