ଯାଜପୁର ସଦର ୦୫ ।୧୨, (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ଥାନାରେ ୨ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିଦାବ ଲାଗିରହିଥିବା ବେଳେ, ଏହି ଘଟଣାକୁ ନେଇ ଅଳକୁଣ୍ଡ ଥାନା ଆଇଆଇସି ଦେବାଶିଷ ଶତପଥି, ଏସଆଇ ଶ୍ରୀ ସିଂଙ୍କୁ ବଦଳି କରାଯାଇଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଲାଞ୍ଚ ଟଙ୍କା କାରବାରକୁ ନେଇ ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଏବଂ ଯାଜପୁର ଜିଲ୍ଲା ଏସପି ୟଶପ୍ରତାପ ସାମଲ ଙ୍କ ନିର୍ଦ୍ଦେଷରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଶ୍ରୀ ଶତପଥିଙ୍କୁ ବଦଳି କରାଯାଇଥିବା ବେଳେ, ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୧୩୩/୨୦୨୫ ଯୌତୁକ ନିର୍ଯ୍ୟାତନା ଘଟଣାରେ ମିଥ୍ୟାଚାର୍ଜସିଟ ପ୍ରସ୍ତୁତ କରିବାକୁ ଅଭିଯୁକ୍ତ କୁଆଡ଼େ ଲାଞ୍ଚଟଙ୍କା ଦେଇଥିଲେ । କୋର୍ଟରେ ଅଭିଯୋଗ ଅନୁଯାୟୀ ଚାର୍ଜସିଟ ଦାଖଲ କରାଯିବାପରେ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଦେବାଶିଷଙ୍କୁ ଭେଟି ଏଭଳି କାହିଁକି କରାଗଲା ବୋଲି ପ୍ରଶ୍ନ ପଚାରିଥିଲେ । ଏହି ଘଟଣାକୁ ନେଇ ଥାନା ଅଧିକାରୀ ଦେବାଶିଷ ଶତପଥି ଏସଆଇ ଶ୍ରୀ ସିଂଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ଆଇଆଇସି ଏସଆଇଙ୍କ ମଧ୍ୟରେ ବାକ ବିତଣ୍ଡା ହେବା ସହିତ ଏହା ଉଗ୍ରରୁପ ଧାରଣ କରିଥିଲା । ଯାହାକି ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ଥାନା କର୍ମଚାରୀ ମାନେ ପହଂଚି ଉଭୟଙ୍କୁ ଛଡ଼ାଇଥିଲେ । ଲାଗିଥିବା ସିସିଟିଭି ଫୁଟେଜରେ ଏହା ଜଣାପଡ଼ିଥିଲା । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଚି ଯେ, ଥାନା ଅଧିକାରୀ ଉତ୍ତେକ୍ତ ହୋଇ ଏସଆଇ ଶ୍ରୀ ସିଂଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏସଆଇ ଶ୍ରୀ ସିଂ ଆଇଆଇସିଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ, ଏହା ଗଣମାଧ୍ୟରେ ପ୍ରକାଶ କରାଯାଇଥିଲା । ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ ଅଳକୁଣ୍ଡ ଥାନାରେ ପହଂଚି ତଦନ୍ତ କରିବା ସହିତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ଏହାର କିଛି ସତ୍ୟ ଘଟଣା ରହିଥିବା ବେଳେ, ୨ପୋଲିସ ଅଧିକାରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯୟାଳୟକୁ ବଦଳି କରାଯାଇଚି । ବିଞ୍ଝାରପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତଥିବା ରଂଜନ କୁମାରକୁ ଅଳକୁଣ୍ଡ ଥାନାର ଦାୟିତ୍ୱ ଦିଆଯାଇଥିବା ଜଣାଯାଇଚି । ଜିଲ୍ଲାଏସପି ୨ ଅଧିକାରୀଙ୍କ ବିରୋଧରେ କଣ କାର୍ଯୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା ।
ଅଳକୁଣ୍ଡ ଥାନା ଆଇଆଇସି ବଦଳିଲେ
|
December 6, 2025 |


