ଅଲୋଡା ନୁହନ୍ତି କନ୍ୟା ରତ୍ନ

ବଡଚଣା, : ଆଜିର ଦୁନିଆରେ କନ୍ୟଭୃଣ ହତ୍ୟା ବଢ଼ୁଥିବା ବେଳେ ଅନେକ ସ୍ଥାନରେ କନ୍ୟା ସନ୍ତାନ ମାନଙ୍କୁ ପିତାମାତା ପିଙ୍ଗିଦିଅନ୍ତି । ମାତ୍ର ଯାଜପୁର ଜିଲ୍ଲାର ବଡଚଣା ଗ୍ରାମରେ ଏଭଳି ଦୁଇ ବିସ୍ମୟକର ଝିଅ ଅଛନ୍ତି ଯିଏ କେବଳ ନିଜ ପିତାମାତା ନୁହେଁ ବରଂ ନିଜ ଜିଲ୍ଲାର ନାମକୁ ମଧ୍ୟ ବଢ଼ାଇପାରିଛନ୍ତି । ବଡଚଣା ଗ୍ରାମରେ ରହୁଥିବା ଅଶ୍ୱନୀ ଏବଂ ପଦ୍ମନୀ ଲେଙ୍କାଙ୍କ ପରିବାର କହିଲେ ତିନିଝିଅ । ବଡଝିଅ ପ୍ରତିକ୍ଷା ଜେନା ସଂଗୀତରେ ରାଜ୍ୟରେ ପସିଦ୍ଧ ଲାଭ କରିଥିବା ବେଳେ ଏବଂ ସାନ ଝିଅ ପୂର୍ବାଶା ଲେଙ୍କା ନୃତ୍ୟରେ ରାଜ୍ୟସ୍ତରରେ ବିଭିନ୍ନ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି । ପୁଅଟିଏ ପାଇବା ପାଇଁ ଯଦିଓ ଇଚ୍ଛାଥିଲା ହେଲେ ବିଧିରବଧାନ ତାହା କରାଇନଥିଲେ । ଯାହା ପାଇଁ ଦୁଇଟି ଝିଅ ଆଜି ରାଜ୍ୟ ଏବଂ ଜାତୀୟ ସ୍ତରରେ ଜିଲ୍ଲା ଏବଂ ନିଜ ପିତା ମାତାଙ୍କ ନାମ ଗୌରବ ବଢ଼ାଇପାରିଛନ୍ତି । ଆମେ ଭିବିନ୍ନ ଜାତୀୟ ଏବଂ ରାଜ୍ୟସ୍ତରରେ ଭାଗନେଇ କୃତିତ୍ୱ ଅର୍ଜନ କରିଛୁ । ଆମକୁ ଯାଜପୁରର ଜିଲ୍ଲାପାଳ ରଂଜନ କୁମାର ଦାସ ଏବଂ କେତକ ସ୍ଥାନରେ ଯାଜପୁରର ଏସପି ଚରଣ ସିଂହ ମିନା ପୁରସ୍କୃତ କରିଛନ୍ତି । ପାଠପଢ଼ାରେ ମଧ୍ୟ ଉଭୟ ଭଲ ନମ୍ବର ରଖି ପାଠ ପଢ଼ୁଛନ୍ତି । ତେବେ ବର୍ତମାନ ଯେଉଁ ଦମ୍ପତ୍ତି ମାନେ ପୁଅ ପାଇବା ପାଇଁ କନ୍ୟ ରତ୍ନ ମାନଙ୍କ ହତ୍ୟା କରୁଛନ୍ତି ସେମାନଙ୍କ ପାଇଁ ଏହି ପରିବାର ଏବଂ ସେମାନଙ୍କ ଝିଅ ପ୍ରେରଣା ଦାୟକ ସାଜିଛନ୍ତି । Report- Bimal Behera

Related Posts

About The Author

Add Comment