ପୁରୀ: ୧/୭ ( (ସନ୍ଧାନ ନିୟୁଜ/ବିଜୟ ପଟ୍ଟନାୟକ) : ଏହି ଉକ୍ତିଟି ସ୍ପଷ୍ଟ ପ୍ରଣୀୟମାନ ହୁଏ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ। ବ୍ରାହ୍ମଣ ବାଳକର ବାତ୍ସଲ୍ୟ ପୂଜାବିଧିରେ ପ୍ରତି ହୋଇ ସ୍ୱୟଂ ଚତୁଃଭୁଜ ନାରାୟଣ ପ୍ରକଟ ହୋଇ ଖିରୀ ଖାଇ ଥିଲେ।ଏହି ଭକ୍ତିତାର ସ୍ପଷ୍ଟତା ପ୍ରମାଣ ଦିଏ। ବିଶ୍ୱାସ ନ ହେଲେ ବି ସତ୍ୟ ଯେ, ଗରମଖିରୀ ଖାଇ ନାରାୟଣଙ୍କ ଶରୀରରେ ମଧ୍ୟ ଫୋଟକା ହୋଇଥିଲା। ଆଜି ବି ମହାପ୍ରଭୁ ଅଲାରନାଥଙ୍କ ପାଷାଣ ପ୍ରତିମାରେ ସେହି ଫୋଟକା ଚିହ୍ନ ରହିଛି ଯାହାକୁ ଦେଖିଲେ ଭକ୍ତ ହୋଇଯାଆନ୍ତି ଭାବ ପ୍ରବଣ। ଏବେ ଚାଲିଛି ଅଣସର। ଏହି ସମୟରେ ପ୍ରଭୁ ଅଲାରନାଥଙ୍କୁ ଖିରୀ ଭୋଗ କରାଯାଏ।ଅଲାରନାଥଙ୍କ ପ୍ରସାଦ ମଧ୍ୟରେ ଖିରୀ ସବୁଠାରୁ ପ୍ରିୟ ମହାପ୍ରଭୁଙ୍କ ଦର୍ଶନ ସହ ତାଙ୍କର ପ୍ରିୟପ୍ରସାଦ ଖିରୀ ଖାଇବା ପାଇଁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ଅଣସର ସମୟରେ ଏହି ଖିରୀ ଭୋଗର ଜାହିସା ସବୁଠାରୁ ଅଧିକ। ସୁସ୍ୱାଦୁଖିରୀ ପାଇଁ ଭକ୍ତଙ୍କ ଭିଡ଼ଜନ ମନ୍ଦିର ପରିସରର ଆନନ୍ଦ ବଜାରରେ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ହଣ୍ଡା ହଣ୍ଡା ଖିରୀ ପ୍ରସ୍ତୁତ ହୋଇ ଭକ୍ତଜନଙ୍କୁ ବିକ୍ରୟ କରାଯାଇଥାଏ।ଖିରୀଭୋଗ ନେଇ ରହିଥିବା ଉପାଖ୍ୟାନ ଅନୁଯାୟୀ ଶ୍ରୀକେତନ ପୂଜାପଣ୍ଡା ନାମକ ଜନୈକ ସେବକ ପ୍ରତ୍ୟେକ ଦିନ ଠାକୁରଙ୍କୁ ଖିରୀ ଭୋଗ କରୁଥିଲେ। ଦିନକର ସେ ଭିକ୍ଷା କରିଯାଇଥିବା ବେଳେ ବାଳକ ମଧୁସୁଦନକୁ ମହାପ୍ରଭୁଙ୍କୁ ଖିରୀଭୋଗ କରିବା ପାଇଁ କହିଥିଲେ। ତେବେ ଅବୋଧ ବାଳକ ପୁଜାବିଧି ଜାଣିନଥିବାରୁ ଖିରୀ ଥୋଇ ଡ଼ାକିଥିଲା ଆସ ଅଲାରେ ଖାଅଖିରୀ, ବାପା ଯାଇଛନ୍ତି ଭିକ୍ଷାକରି। ବାଳକର କଥାରେ ପ୍ରିତ ହୋଇ ମହାପ୍ରଭୁଙ୍କ ଖିରୀଖାଇଥିଲେ। ପରଦିନ ମଧ୍ୟ ଶ୍ରୀକେତନ ପୁଅକୁ ମହାପ୍ରଭୁଙ୍କ ନିକଟରେ ଖିରୀଭୋଗ ଅର୍ପଣ କରିବା ପାଇଁ କହିଥିଲେ। ନାରାୟଣ ପ୍ରକଟ ହୋଇ ଗରମ ଖିରୀରେ ହାତ ପୁରାଇ ଖାଇବାବେଳେ ଶ୍ରୀକେତନ ତାଙ୍କର ହାତକୁ ଜାବୁଡ଼ି ଧରିଥିଲା।
https://www.youtube.com/watch?v=Wc0Zq0q89C0&t=261s
ଗରମ ଖିରୀ ପଡ଼ି ଅଲାରନାଥଙ୍କ ଶରୀରରେ ଫୋଟକା ହୋଇଯାଇଥିବା ବେଳେ ସେ ପାଷାଣ ହେଇଯାଇଥିଲେ। ବାଳକର ଭକ୍ତିର ନିଦର୍ଶନ ସୂରୁପ ସେହି ଦିନଠାରୁ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ଭାବେ ଖିରୀ ଭୋଗ ହୋଇଆସୁଛି।