ଭୁବନେଶ୍ୱର, ଅଗଷ୍ଟ ୧୮/୦୮ (ସନ୍ଧାନ ନିଉଜ) – ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କର ସଫଳତା କାମନା କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।ଶ୍ରୀ ପ୍ରମୋଦ ଭଗତ ୪ ଜୁନ ୧୯୮୮ ମସିହାରେ ବରଗଡ ଜିଲ୍ଲାର ଅଟବିରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୯ ମସିହା ସୁଧା ଦୁଇଟି ସ୍ଵର୍ଣ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ୨୦୦୬ ମସିହାରେ ସେ ପ୍ରଥମ ଥର ପାଇଁ ଜାତୀୟ ପାରା ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ