ବଡଚଣା, ୪/୪ (ସନ୍ଧାନ ନିୟୁଜ)- ବଡଚଣା ବିଜେଡି ରାଜନିତିରେ ଏବେ ଘଡିକେ ଘୋଡା ଛୁଟିିବାରେ ଲାଗିଛି । କିଛିଦିନ ତଳେ ପୂର୍ବତନ ଯୁବବିଜେଡି ସଭାପତି ପ୍ରମୋଦ ଜେନା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଅସନ୍ତୁଷ୍ଟ ଥିବା ବଡଚଣା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ପ୍ରହଲ୍ଲାଦ ନନ୍ଦ ଗୁରୁବାର ବଡ଼ଚଣା ବିଧାୟକ ପାର୍ଥୀ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କୁ ସମର୍ଥନ ଜଣାଇଛନ୍ତି । ଗତକିଛିଦିନ ଧରି ଦଳରୁ କୋଣଠେସା ହୋଇ ବିଧାୟକ ଶ୍ରୀ ଶତପଥୀଙ୍କୁ ବିରୋଧ କରିବା ସହ ବିରୋଧୀ ମାନଙ୍କୁ ନେଇ ଏକ ମେଣ୍ଟ କରି କିପରି ବିଜେଡି ଟିକେଟ ଶ୍ରୀ ଶତପଥୀ ନପାଇବେ ସେ ଚେଷ୍ଟା କରିଥିବା ବେଳେ ଶେଷରେ ନିରାଶ ହୋଇଥିଲେ । ଶ୍ରୀ ଶତପଥୀଙ୍କୁ ବିଜୁ ଜନତା ଦଳ ପୂର୍ନବାର ଟିକେଟ ପ୍ରଦାନ କରିବା ପରେ ଗୁରୁବାର ଚଣ୍ଡିଖୋଲ ସ୍ଥିତ ବିଜୁ ଦନତା ଦଳ କାର୍ଯ୍ୟଳୟ ପରିସରରେ ତାଙ୍କ ସମର୍ଥକଙ୍କ ସହ ଅମରଙ୍କୁ ସମର୍ଥନ କରିବା କଥା ସୂଚନା ଦେଇଥିଲେ । ତେବେ ଶ୍ରୀ ଶତପଥୀ ଏବେ ଦଳୀୟ ଟିକେଟ ପାଇବା ପରେ ନିଜେ ପ୍ରହଲ୍ଲାଦଙ୍କ ପାଖକୁ ଯାଇ ତାଙ୍କ ମାନ ଭଞ୍ଜନ କରିବା ସହ ପୂର୍ନବାର ତାଙ୍କ ପାଖକୁ ଆଣିବାକୁ ସଫଳ ହୋଇଛନ୍ତି । କିନ୍ତୁ କିଛି ମାସ ତଳେ ବିଧାୟକଙ୍କୁ ବିରୋଧ କରି ବନ୍ଦାଳୋ ଠାରେ ଅମରଙ୍କ ବିରୋଧି ଗୋଷ୍ଠୀଙ୍କୁ ଏକାଠି କରି ଶ୍ରୀ ନନ୍ଦ ଏକ ସଭାରେ ଅମରଙ୍କ ତ୍ରୀବ ବିରୋଧ କରିବା ସହିତ ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ସ୍ୱାଗତ ଉତ୍ତରରେ ପ୍ରହଲ୍ଲାଦ ସେ ଦଳ ଛାଡି ନଥିଲେ ଏବେ ଦଳୀୟ ପାର୍ଥୀ ଶୀଶତପଥୀଙ୍କୁ ସମ୍ପୁଣ୍ଣ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ ।
ଅମର ଓ ପ୍ରହଲ୍ଲାଦ କୋଳାକୋଳି: କରୁଥିଲେ ନାଟକ, ବଡଚଣା ବାସୀଙ୍କୁ ଭୁଆଁ ବୁଲାଉଥିଲେ କି?
|
April 4, 2019 |



