ଅଭିଯୁକ୍ତ ଟେର ପାଉନାହିଁ ବ୍ରହ୍ମବରଦା ପୋଲିସ

Spread the love

ଯାଜପୁର, ୦୫/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମଙ୍ଗଳପୁର ପଂଚାୟତ ଇସ୍ତମା ପଡ଼ିାଆରେ ରହୁଥିବା ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରଙ୍କ ମଧ୍ୟରେ ପ୍ରେମବିବାହକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଥିଲା । ଏହି ଗଣ୍ଡଗୋଳରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୫ଜଣ ଆହତ ହୋଇଥିଲେ । ଏହା ମଧ୍ୟରେ ୧ମାସ ବିତି ଯାଇଥିଲେ ମଧ୍ୟ ଆସାମୀ ମାନଙ୍କୁ ଗିରଫ କରିବାରେ ବ୍ରହ୍ମବରଦ ପୋଲିସ ବିଫଳ ହୋଇଥିବା ଦେଖିବାକୁ ମିଳିଚି । ଆସାମୀ ମାନଙ୍କୁ ଧରିବାତ ଦୂରର କଥା ଅଭିଯୁକ୍ତ ମାନଙ୍କର ପତା ପାଉନାହିଁ ପୋଲିସ । ଏନେଇ ବ୍ରହ୍ମବରଦା ଫାଣ୍ଡିକୁ ମୃତକଙ୍କ ପରିବାର ପକ୍ଷରୁ ଆସାମୀ ମାନଙ୍କୁ ଗିରଫ କରିବା ଦାବିରେ ବ୍ରହ୍ମବରଦା ଫାଣ୍ଡି ଘେରାଉ କରାଯାଇଥିଲା । ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ପ୍ରତିଶୃତି ଦେବାପରେ ଆନେ୍ଦାଳନକାରୀ ମାନେ ଆନେ୍ଦାଳନରୁ ହଟିଥିଲେ । ଯାପୁର ଜିଲ୍ଲା ଏସ୍ଡିପିଓ ଚିନ୍ମୟ କୁମାର ନାୟକ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ପ୍ରତିଶୃତି ଦେବାପରେ ମୃତକଙ୍କ ପରିବାର ନ୍ୟାୟ ପାଇଁ ଅପେକ୍ଷା କରିତôବା ବେଳେ, ସାଧାରଣ ଲୋକେ ପୋଲିସ ଉପରୁ ଭରଷା ପାଉନଥିବା ଦେଖିବାକୁ ମିଳିଚି । ବ୍ରହ୍ମବରଦା ପୋଲିସ ଏବଂ ଧର୍ମଶାଳା ପୋଲିସ କେବେ ଆସାମୀମାନଙ୍କୁ ଗିରଫ କରିବେ ତାହା ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment