କଟକ, ୧୨/୦୯/୨୦୧୧ (ସନ୍ଧାନ ନିଉଜ) : ବରିଷ୍ଠ ଓଡିଆ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଗରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଦାଶ ଗତ କିଛି ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିଲେ ଏବଂ ଡିସେମ୍ବର ୭ ତାରିଖରୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏବେ ସେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଆର୍ଟିଷ୍ଟ ଆସୋସିଏସନ୍ର ସେକ୍ରେଟାରୀ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ତେବେ କିଡ୍ନୀ ସମସ୍ୟା ଥିବାରୁ ଗତ ୨ ବର୍ଷ ହେବ ତାଙ୍କର ଡାଉଲିସିସ୍ ଚାଲିଛି ।