ଅବସରପ୍ରାପ୍ତ ସେଲ କର୍ମଚାରୀ ସଂଘର ବୈଠକ

Spread the love

ରାଉରକେଲା,୧୮/୧୨/୨୦୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଂଘର ୩୫ତମ ବୈଠକ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ ଦିବଂଗତ କର୍ମଚାରୀ ମାନଙ୍କ ବିୟୋଗରେ ଶୋକ ପ୍ରକଟ କରାଯାଇ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ଦକ୍ଷିଣ ରାଉରକେଲାର ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟର ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଫର୍ଟିଲାଇଜର ସ୍ଥିତ ସେକ୍ଟର-୨୨ ଇସ୍ପାତ ହସ୍ପିଟାଲରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନଥିବା , କମ ପ୍ରେସରରେ ପାଣି ଯୋଗାଣ ହେବା, ଦକ୍ଷିଣ ରାଉରକେଲା ଅଂଚଳର କିଛି ନିର୍ଦ୍ଦିଷ୍ଟ ରାସ୍ତାର ମରାମତି ନହେବା ଆଦି ସମସ୍ୟା ଉପରେ ବୈଠକରେ ବିସୃତ ଭାବେ ଆଲୋଚନା କରାଯାଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ନିଆଯାଇଥିଲା । ଉକ୍ତ ବୈଠକରେ ସଂଘର ଉପସଭାପତି ସୁଧାକର ମଲ୍ଲିକ, ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ, ମୁରଲୀଧର ଗୌଡ଼, ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଉଦିତ ଅମାତ, ରାହାସ ବିହାରୀ ଧଳ, କାର୍ତିକ ଜେନା, ଭଗବାନ ପରିଡ଼ା, ଲୋକନାଥ ଦାସ, କନ୍ଧ ପଣ୍ଡା, ନାରାୟଣ ନାୟକ, ଗୌରାଙ୍ଗ ପାତ୍ର, ରିପୁନାଥ ସେଠ, ଶ୍ରୀନାଥ ଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଆଲଇସ୍ ଟେଟେ, ସୀତାରାମ ପଣ୍ଡିତ, ବି.ସି. ନାୟକ, ଗୋପାଳକୃଷ୍ଣ ରଥ, ବି.କେ. ଡୋରା, ପୂର୍ଣ୍ଣଚନ୍ଦ୍ର ବାଡତ୍ୟା ପ୍ରମୁଖ ଯୋଗ ଦେଇ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ବୈଠକ ଶେଷରେ ଚାନ୍ଦମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

Related Posts

About The Author

Add Comment